Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାଗାର୍ଜୁନ ସାଗର ଡ୍ୟାମକୁ ନେଇ ଆନ୍ଧ୍ର ପ୍ରଦେଶ-ତେଲେଙ୍ଗାନା ମଧ୍ୟରେ ତିକ୍ତତା, ସ୍ଥିତି ଦେଖି ଡ୍ୟାମ ଉପରେ CRPF ଯବାନ ମୁତୟନ

ହାଇଦ୍ରାବାଦ: ତେଲେଙ୍ଗାନାରେ ବିଧାନସଭା ନିର୍ବାଚନକୁ ନେଇ ଭୋଟ୍ ଗଣତି ଠିକ୍ ପୂର୍ବ ଦିନ ଆନ୍ଧ୍ର ପ୍ରଦେଶ ନାଗାର୍ଜୁନ ସାଗର ଡ୍ୟାମକୁ କବଜା କରି ନେଇଛି। କେବଳ ଏତିକି ନୁହେଁ ଡ୍ୟାମରୁ ନିଜ ଆଡ଼ୁ ପାଣି ଛାଡ଼ିବା ମଧ୍ୟ ଆରମ୍ଭ କରି ଦେଇଛି। ଏହି କାରଣରୁ ଦୁଇ ରାଜ୍ୟ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। କୃଷ୍ଣା ନଦୀ ଉପରେ ନିର୍ମିତ ନାଗାର୍ଜୁନ ସାଗର ଡ୍ୟାମ ଉପରେ ତେଲେଙ୍ଗାନା ସରକାରଙ୍କ ନିୟନ୍ତ୍ରଣ ରହିଛି। ନଦୀର ପାଣିକୁ ନେଇ ପୂର୍ବରୁ ମଧ୍ୟ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଉପୁଜି ସାରିଛି।

ଗୁରୁବାର ଯେବେ ତେଲେଙ୍ଗାନାରେ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିଲା ସେହି ଦିନ ୨ଟାରେ ଆନ୍ଧ୍ର ପ୍ରଦେଶ ପ୍ରାୟ ୭୦୦ ପୋଲିସ କର୍ମଚାରୀଙ୍କୁ ଡ୍ୟାମ ଉପରେ ମୃତୟନ କରିଥିଲା। ଡାହାଣ ପାର୍ଶ୍ଵ ଗେଟ୍ ଖୋଲିଥିଲା, ଯେଉଁଥିରେ ଘଣ୍ଟା ପ୍ରତି ୫୦୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଆନ୍ଧ୍ର ପ୍ରଦେଶର ଜଳସେଚନ ମନ୍ତ୍ରୀ ଅମ୍ବାତି ରାମବାବୁ ଗୁରୁବାର ସକାଳେ ଟୁଇଟ୍ କରି କହିଥିଲେ ଯେ, ଆମେ ପାଣି ପାଇଁ କୃଷ୍ଣା ନଦୀ ଉପରେ ନିର୍ମିତ ନାଗାର୍ଜୁନ ଡ୍ୟାମର ଡାହାଣ ପାର୍ଶ୍ଵ ଗେଟ୍ ଖୋଲିଛୁ।

ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ମଧ୍ୟରେ ହୋଇଥିବା ରାଜିନାମା ଆଧାରରେ ଆମେ କେବଳ ସେତିକି ପାଣି ନେଇଛୁ ଯେତିକି ଦରକାର। ଆମେ କୌଣସି ନିୟମର ଉଲ୍ଲଂଘନ କରିନୁ। କୃଷ୍ଣା ନଦୀର ୬୬ ପ୍ରତିଶତ ପାଣି ଆନ୍ଧ୍ର ପ୍ରଦେଶର ଏବଂ ୩୪ ପ୍ରତିଶତ ପାଣି ତେଲେଙ୍ଗାନାର। ଆମେ ତେଲେଙ୍ଗାନା ଭାଗର ବୁନ୍ଦାଏ ପାଣି ମଧ୍ୟ ବ୍ୟବହାର କରିନୁ।

ଦୁଇ ରାଜ୍ୟ ମଧ୍ୟରେ ତିକ୍ତତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରିଛନ୍ତି। ଅାଗୁଅା ପଦକ୍ଷେପ ନେଇ କେନ୍ଦ୍ର ସରକାର ଡ୍ୟାମ ଉପରେ CRPF ଯବାନ ମୁତୟନ କରିଛି। ଏଥିସହ କେନ୍ଦ୍ର ସରକାର ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାକୁ ନଭେମ୍ବର ୨୮ର ସ୍ଥିତି ଅନୁସାରେ ନାଗାର୍ଜୁନ ସାଗରର ପାଣି ଛାଡ଼ିବାକୁ ଅପିଲ୍ କରିଛି। କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶ ସହିତ ଏକ ଭିଡିଓ କନଫରେନ୍ସ ସମୟରେ ଏହି ପ୍ରସ୍ତାବ ରଖିଥିଲେ। ଦୁଇ ରାଜ୍ୟ ମଧ୍ୟ ଏହି ପ୍ରସ୍ତାବରେ ସହମତି ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ