Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡ଼ ପୋଡ଼ାଗୁଡା ଧାନ ମଣ୍ଡି ଉଦଘାଟନ,ଯୋଗଦେଲେ ବ୍ଲକ ଉପାଧ୍ୟକ୍ଷ।

କୋକସରା:୦୨/୧୨ କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ପଞ୍ଚାୟତ ସଦର ଖରିଫ ଧାନ ମଣ୍ଡି ଶନିବାର ଉଦଘାଟିତ ହୋଇଯାଇଛି।ଏହି ଅବସର ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସ୍ଥାନୀୟ ସରପଞ୍ଚ ଯମୁନା ନାଏକ,କୃଷି ସମବାୟ ସମିତି ସଭାନେତ୍ରୀ ଦୁତିକା ନାଏକ, ଆମପାଣି କୃଷି ସମବାୟ ସଭାପତି ବିରଞ୍ଚି ନାରାୟଣ ପଣ୍ଡା, ଆର ଏମ ସି କର୍ମଚାରୀ ରଞ୍ଜିତ କୁମାର ବାହାଦୂର,ଚାଷି ଧର୍ମାନନ୍ଦ ନାଏକ,ଭଜମନ ନାଏକ,ହରିଶ୍ଚନ୍ଦ୍ର ନାଏକ, ସମାଜସେବୀ ସୋନୁ ଅଗ୍ରୱାଲ, ପ୍ରମୁଖ ଉପସ୍ଥିତ ରହି ମଣ୍ଡି ଉଦଘାଟନ କରିଥିଲେ ଓ ନୂତନ ଭାବେ ଚଳିତ ବର୍ଷ ଠାରୁ ଏହି ମଣ୍ଡି ଚାଲିବା ଫଳରେ ବଡ଼ ପୋଡ଼ାଗୁଡା ପଞ୍ଚାୟତ ଅଞ୍ଚଳ ର ଚାଷି ସହଜ ରେ ନିଜର ଉପାର୍ଜିତ ଶଷ୍ୟ କୁ ବିକ୍ରି କରିବାରେ ସୁବିଧା ସୁଯୋଗ ପାଇବେ ବୋଳି କହିଥିଲେ। ମଣ୍ଡି ପରିଚାଳନ ଆମପାଣି ପେକ୍ସ ସମ୍ପାଦକ ଓ ବଡ଼ ପୋଡ଼ାଗୁଡା ପେକ୍ସ ଦାୟିତ୍ୱ ରେ ଥିବା ସମ୍ପାଦକ ବିକାଶ ପଣ୍ଡା କରିଥିବା ବେଳେ ଅଞ୍ଚଳ ର ଅନେକ ଚାଷି ଉପସ୍ଥିତ ରହିଥିଲେ।