Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିର୍ବାଚନ ଫଳାଫଳ ପରେ ବଢିଲା ବିଜେପିର ଦବଦବା, ବଦଳିଲା ରାଜନେତିକ ମାନଚିତ୍ର

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ସମେତ ଚାରି ରାଜ୍ୟର ନିର୍ବାଚନ ଫଳାଫଳର ଚିତ୍ର ସାମ୍ନାକୁ ଆସି ସାରିଛି। ଭୋଟ୍ ଗଣତିରେ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବିଜେପି ସଂଖ୍ୟା ଗରିଷ୍ଠତା ସହ ସରକାର ଗଢୁଥିବା ବେଳେ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି। କଂଗ୍ରେସ ହାତରୁ ଛତିଶଗଡ଼ ଓ ରାଜସ୍ଥାନ ଖସିଛି। ଦଳ ପାଇଁ ଗୋଟିଏ ଆଶ୍ଵସ୍ତିକର ବିଷୟ ତେଲେଙ୍ଗାନାରେ ନିର୍ବାଚନ ଜିତିବାରେ ସକ୍ଷମ  ହୋଇଛି। ଆଜି ନିର୍ବାଚନର ଫଳାଫଳ ପରେ ଦେଶର ରାଜନୈତିକ ମାନଚିତ୍ରର ଦୃଶ୍ୟପଟରେ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ଦଳ ୧୦ଟି ରାଜ୍ୟରେ କ୍ଷମତାରେ ରହିଛି।

ମଧ୍ୟପ୍ରଦେଶ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ନିର୍ବାଚନ ଜିତିବା ପରେ ଦେଶରେ ଏବେ ବିଜେପି ଓ ଏହାର ସହଯୋଗୀ ଦଳ ୧୫ଟି ରାଜ୍ୟରେ କ୍ଷମତାସୀନ ହେବେ। ଅନ୍ୟପଟେ ହାତରୁ ରାଜସ୍ଥାନ ଓ ଛାତିଶଗଡ଼ ଖସିବା ପରେ କଂଗ୍ରେସ ଏବେ କର୍ଣ୍ଣାଟକ, ହିମାଚଳ ପରେ ତେଲେଙ୍ଗାନାରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହ ସରକାର ଗଢିବ। ଏହା ବାଦ ଦଳ ତାମିଲନାଡୁ, ଝାଡ଼ଖଣ୍ଡ ଓ ବିହାରରେ ମେଣ୍ଟ ସରକାରରେ ରହିଛି। ପଶ୍ଚିମବଙ୍ଗରେ ଟିଏମସି, ତେଲେଙ୍ଗାନାରେ ବିଆରଏସ, ଆନ୍ଧ୍ର ପ୍ରଦେଶରେ ଓ୍ଵାଇଏସଆର କଂଗ୍ରେସ, ଓଡ଼ିସାରେ ବିଜେଡି ଓ କେରଳରେ ବାମମେଣ୍ଟ  ସରକାରରେ ରହିଛନ୍ତି।

ରାଜ୍ୟ                         ବିଜେପି ଓ ମେଣ୍ଟ ସରକାର

ଅରୁଣାଚଳ ପ୍ରଦେଶ                 ବିଜେପି-ଏନପିପି

ଆସମା                              ବିଜେପି, ଏଜିପି, ୟୁପିପିଏଲ, ବିପିଏଫ

ଗୋଆ                               ବିଜେପି, ଏନଜିପି

ଗୁଜରାଟ                              ବିଜେପି

ହରିୟାଣା                              ବିଜେପି, ଜେଜେପି, ଏଚଏଲପି

ମଧ୍ୟ ପ୍ରଦେଶ                       ନିର୍ବାଚନ ଜିତିବାକୁ ଯାଉଛି

ମହାରାଷ୍ଟ୍ର                            ବିଜେପି, ଶିବସେନା(ଏକନାଥ ସିନ୍ଦେ)

ମଣିପୁର                               ବିଜେପି

ମେଘାଳୟ                             ବିଜେପି

ନାଗାଲାଣ୍ଡ                            ଏନଡିପିପି, ଏନପିଏଫ, ବିଜେପି

ପୁଡୁଚେରୀ                                  ଏଆଇଏନଆରସି, ବିଜେପି

ସିକ୍କିମ                                 ଏସକେଏମ, ବିଜେପି

ତ୍ରିପୁରା                                 ବିଜେପି, ଆଇପିଏଫଟି

ଉତ୍ତରପ୍ରଦେଶ                          ବିଜେପି

ଉତ୍ତରାଖଣ୍ଡ                               ବିଜେପି