Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତିନୋଟି ରାଜ୍ୟରେ ବିଜେପିର ବିଜୟ:ଦଳୀୟ କାର୍ଯ୍ୟଳୟରେ ଉତ୍ସବ

ସମ୍ବଲପୁର:ଗତ ମାସ ରେ ଚାରୋଟି ରାଜ୍ୟ ରେ ହୋଇଥିବା ବିଧାନସଭା ନିର୍ବାଚନର ଆଜି ଫଳାଫଳ ପ୍ରକାଶ ପାଇଛି । ରାଜସ୍ଥାନ, ଛତିଶଗଡ ଓ ମଧ୍ୟପ୍ରଦେଶ ଏହି ତିନୋଟି ରାଜ୍ୟ ରେ ବିଜେପି ବିପୁଳ ସଂଖ୍ୟା ରେ ଭୋଟ ପଇ। ବିଜୟ ଲାଭ କରିଛି । ଏହି ତିନୋଟି ରାଜ୍ୟ ର ଐତିହାସିକ ବିଜୟ ପରେ ଦିନ ତମାମ ଦେଶ ର ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ଉତ୍ସବ ପାଳନ ହୋଇଛି ।
ଏହି ମର୍ମ ରେ ସମ୍ବଲପୁର ଜିଲ୍ଲାରେ ରେ ମଧ୍ଯ ଅନୁରୂପ ପରିବେଶ ପରିଲକ୍ଷିତ ହୋଇଥିଲା । ଦିନତମାମ୍ ସବୁଠି ନିର୍ବାଚନ ଫଳାଫଳ କୁ ନେଇ ଚର୍ଚ୍ଚା ଆଲୋଚନା ଯୁକ୍ତି ତର୍କ ଲାଗିରହିଥିଲା । ଅପରାହ୍ନ ରୁ ଆରମ୍ଭ ହୋଇଗଲା ବିଜେପି ର ତିନୋଟି ରାଜ୍ୟ ରେ ହୋଇଥିବା ବିଜୟ ର ଉତ୍ସବ ।
ସନ୍ଧ୍ୟାରେ ସ୍ଥାନୀୟ କଚେରି ରୋଡ ସ୍ଥିତ ଦଳୀୟ କାର୍ଯ୍ୟଳୟ ରେ ଏକତ୍ରିତ ହୋଇଥିଲେ ବିଜେପି ନେତା କର୍ମୀ ପଦାଧିକାରୀ ଓ ସମର୍ଥକ । ଭିନ୍ନ ଭିନ୍ନ ପ୍ରକାର ର ବଣ ର ଗର୍ଜନ ଓ ବିଜୟଗାନ ର ସ୍ଲୋଗାନ ରେ ପ୍ରକମ୍ପିତ ହୋଇ ଉଠିଥିଲା କଚେରି ରୋଡ । ପରେ ସମସ୍ତେ ସମସ୍ତଙ୍କୁ ମିଷ୍ଟାନ୍ନ ଖୁଆଇଥିଲେ ଓ ରାସ୍ତା ଦେଇ ଯାଉଥିବା ଲୋକଙ୍କୁ ମଧ୍ୟ ଖୁଆଇଥିଲେ ।
ଆଜି ର ଏହି ବିଜୟ ଉତ୍ସବ ରେ ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରୀ ନାୟକ, ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗିରିଶ ପଟେଲ, ଅନିଲ ବେହେରା, ଦାମୋଦର କର, କର୍ଣ୍ଣେଲ ପ୍ରଭାତ ପଣ୍ଡା, ମାନସ ରଞ୍ଜନ ବକ୍ସି, ସମୀର ରଞ୍ଜନ ବାବୁ, ଅଶ୍ଵିନୀ ମାଝୀ, ଫଣି ଭୂଷଣ ମିଶ୍ର, ସୁଧୀର ରଞ୍ଜନ ବୋହିଦାର, ସଞ୍ଜୟ କୁମାର ଷଡଙ୍ଗୀ, ସରୋଜ ଘଡେ଼ଇ, ଶମ୍ଭୁ ବରେଲିଆ, ନିଲାମ୍ବର ସିକନ୍ଦର, ଅରୁଣ କୁମାର ଦାସ, ସୁନିଲ ନନ୍ଦ, ଗୁରପ୍ରିତ୍ ଗିଲ୍, ପ୍ରଦୀପ କୁମାର ବେହେରା, ସୌମିତ୍ର ଜତି, ପ୍ରଦୀପ ସୂପକାର, ଟୁକୁ ମହାନ୍ତି, ରାଜା ବରାଲ, ଅନ୍ନପୂର୍ଣ୍ଣା ବାରିକ୍, ସୁଜାତା ଗୁରୁ, ରିଙ୍କି ସାହୁ, ମୁନମୁନ ସୌଦାଗର ପ୍ରମୁଖ ଉପସ୍ଥିତ ଥିଲେ ।