ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ବିଭିନ୍ନ ସ୍ଥାନରେ ସୋମବାର ବୁଲିଲା ଓ ବି ସି ଜନ ଜାଗରଣ ଯାତ୍ରା ରଥ । ରାଜ୍ୟ ଓବିସି ମଞ୍ଚ ତରଫରୁ ବିଭିନ୍ନ ସ୍ଥାନରେ ବୁଲୁଥିବା ଉକ୍ତ ରଥ ବୀରମହାରାଜପୁର ରେ ପହଞ୍ଚିବା ପରେ ଭବ୍ୟ ସ୍ବାଗତ କରାଯାଇଥିଲା । ଜାତି ଜନଗଣନା , ସ୍ଵତନ୍ତ୍ର ଓବିସି ଆରକ୍ଷଣ ସୁନିଶ୍ଚିତ କରିବା , ଶତକଡା ୫୨ ଭାଗ ସଂରକ୍ଷଣ ବ୍ୟବସ୍ଥା , ସ୍ଥାୟୀ ପ୍ରମାଣ ପତ୍ର , କୃଷକ ମାନଙ୍କୁ ସ୍ଵତନ୍ତ୍ର କୃଷି ପ୍ରୋତ୍ସାହନ ଯୋଗାଣ , ଓବିସି ବର୍ଗର ସାମାଜିକ, ଅର୍ଥନୈତିକ , ଶିକ୍ଷା ବିକାଶ ପାଇଁ ସ୍ୱତନ୍ତ୍ର ନିଗମ ଓ ମନ୍ତ୍ରାଳୟ ଗଠନ କରିବା , ରାଜନୀତି କ୍ଷେତ୍ର ରେ ସମାନୁପାତିକ ପ୍ରତିନିଧି ଦେବା ବ୍ୟବସ୍ଥା ଦାବୀ ନେଇ ବିଭିନ୍ନ ସ୍ଥାନ କୁ ଯାଇ ଓବିସି ମାନଙ୍କୁ ସଚେତନ କରାଯାଉଛି । ଓବିସି ଜନ ଜାଗରଣ ମଞ୍ଚ ବୀରମହାରାଜପୁର ର ପାଣ୍ଡିଆପାଲି ର ରାମଚଣ୍ଡୀ ପୀଠ ରେ ପହଞ୍ଚିଲା ପରେ ପୀଠ ରେ ପୂଜାର୍ଚ୍ଚନା କରାଯାଇଥିଲା । ସେଠାରୁ ରଥପୁର , ମେହେରବସ୍ତି , ଟିଠୀପାଲି , କମଳପୁର , ଟାଙ୍ଗରସାହି , କେନ୍ଦୁପାଲି ପରେ ବୀରମହାରାଜପୁର ମୁଖ୍ୟ ଛକ ଦେଇ ବାଗବାର ରେ ପହଞ୍ଚିଥିଲା। ପ୍ରତି ଗ୍ରାମରେ ରଥ କୁ ସ୍ଵାଗତ କରାଯାଇ ଥିଲା। ଏହି ଅବସର ରେ ରାଜ୍ୟ ଓବିସି ମଞ୍ଚ ର ସଭାପତି ଶଙ୍କର ପାତ୍ର , କୋଷାଧ୍ୟକ୍ଷ ପରଦେଶୀ ବିଶ୍ଵାଳ , ଜିଲ୍ଲା ସଭାପତି ଦେବାର୍ଚ୍ଚନ ଚାଉଲିଆ , ମଞ୍ଚ ର ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରିୟବ୍ରତ ସାହୁ , ରାଜେନ୍ଦ୍ର ପ୍ରସାଦ ମେହେର , ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ , ଆଲୋକ ଦେହୁରୀ , ଭଗବାନ କର୍ଣ୍ଣ , ଦିଲ୍ଲୀପ ପ୍ରଧାନ , ନବଘନ ଗୁଦୁରିଆ,ସଞ୍ଜୟ ଅମାତ,ରଞ୍ଜନ ଅମାତ , ଶରତ ମେଣ୍ଡିଲୀ , ଭଗବାନ ବାଘ ପ୍ରମୁଖ ଜନ ଜାଗରଣ ରଥ ସହିତ ଯାଇ ପଥପ୍ରାନ୍ତ ସଭାରେ ଲୋକଙ୍କୁ ସଚେତନ କରିଥିଲେ । ଅପରାହ୍ନ ରେ ପୁଣି ଉକ୍ତ ରଥ ମୁର୍ଷୁଣ୍ଢି ଓ ହିଲୁଙ୍ଗ ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗ୍ରାମକୁ ଯାଇ ପଥପ୍ରାନ୍ତ ସଭା କରି ସଚେତନ କରାଯାଇଥିଲା । ସୁଧାଂଶୁ କର୍ଣ୍ଣ , ବିକାଶ ମହାକୁର , ଶରତ ମେଣ୍ଡିଳୀ , ସଞ୍ଜୟ ମହାକୁର , ଅଟଳ ମେଣ୍ଡିଲି , ମୋହନ ବସ୍ତିଆ ପ୍ରମୁଖ ଙ୍କ ସମେତ ଅନେକ ଓବିସି ବର୍ଗର ବ୍ୟକ୍ତି ବିଶେଷ ଉକ୍ତ ଜନ ଜାଗରଣ ରଥ କୁ ସବୁ ସ୍ଥାନରେ ବିପୁଳ ସ୍ବାଗତ କରିଥିଲେ।
ବୀରମହାରାଜପୁର ବ୍ଲକ ରେ ବୁଲିଲା ଓବିସି ଜନ ଜାଗରଣ ରଥ
