Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ।

କୋକସରା:୦୫/୧୨ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପଞ୍ଚାୟତ ସମିତି ସଭାଗୃହ ରେ ମଙ୍ଗଳବାର ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଓ ଏଲ ଏମ ବ୍ଲକ ସଂଯୋଜକ ସୁରେଶ ରାଉତ ଙ୍କ ପରିଚାଳନା ରେ ଏହି ପରାମର୍ଶ ଶିବିର ରେ ଜିଲ୍ଲା ନିଯୋଜନ ଅଧିକାରୀ ଅମ୍ବୁଜ ତିବାରି,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ବ୍ଲକ ହିସାବ ରକ୍ଷକ ଅଶୋକ କୁମାର ସେଠି, ଓଏଲଏମ ବ୍ଲକ ସଂଯୋଜକ ସୁରେଶ କୁମାର ରାଉତ, ବି ଏଲ ସି ସୌମ୍ୟ ରଞ୍ଜନ ପଣ୍ଡା ଉପସ୍ଥିତ ରହି କୋକସରା ବ୍ଲକ ର ୨୨ ପଞ୍ଚାୟତ ରୁ ଏହି ଶିବର ରେ ଆସିଥିବା ଶିକ୍ଷିତ ବେକାର ଯୁବକ ଯୁବତୀ ମାନକୁ ଆତ୍ମନିର୍ଭରଶୀଳ ହେବା ସହ ରୋଜଗାରକ୍ଷମ ହେବାପାଇଁ ପରାମର୍ଶ ଦେବାସହ ଶିବିର ରେ ଭାଗ ନେଇଥିବା ଭୁବନେଶ୍ୱର ଓ ଭବାନୀପାଟଣା ର ସରକାରୀ, ବେସରକାରୀ ନିଯୁକ୍ତି ସଂସ୍ଥା ର କର୍ମଚାରୀ ମାନେ ବିଭିନ୍ନ ସ୍କିଲ ଡେଭଲପମେଣ୍ଟ ଉପରେ ପରାମର୍ଶ ଦେଇଥିଲେ।ଶିବିର ରେ ମୋଟ ୧୩୦ ଜଣ ଯୁବକ ଯୁବତୀ ଭାଗ ନେଇଥିଲେ ଓ କାର୍ଯ୍ୟକ୍ରମ ରେ ମିଶନ ଶକ୍ତି ର ମହିଳା କର୍ମଚାରୀ ମାନେ ସହଯୋଗ କରିଥିଲେ।