Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା,କଷ୍ଟ ଉପାର୍ଜିତ ଶଷ୍ୟ କୁ ସୁରକ୍ଷା ପାଇଁ ଚାଷି ଙ୍କ ଭାଲେଣି।

କୋକସରା:୦୫/୧୨ ମିଗଜୋମ ସାମୁଦ୍ରିକ ବାତ୍ୟା ପ୍ରଭାବ ରେ ମଙ୍ଗଳବାର ସକାଳୁ କଳାହାଣ୍ଡି ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି। ବର୍ତ୍ତମାନ ଚାଷ ଅମଳ ସମୟ ହୋଇଥିବା କାରଣରୁ କେମିତି କଷ୍ଟ ଉପାର୍ଜିତ ଧାନ କୁ ସୁରକ୍ଷା ଦେବେ ସେନେଇ ଚାଷି ଙ୍କ ମଧ୍ୟରେ ଭାଲେଣି ପଡିଛି। କେଉଁ ଚାଷି ର ଧାନ ଚାଷ ଜମି ରେ ରହିଛି ତ କେଉଁ ଚାଷି ର ଅମଳ ଧାନ ଖଳା ରେ ପଡି ରହିଛି କାହାର ଧାନ ଖୋଲା ମଣ୍ଡି ରେ ପଡି ରହିଛି। କୋକସରା ବ୍ଲକ ରେ ମଧ୍ୟ ପାଖାପାଖି ୭୦ ପ୍ରତିଶତ ଚାଷି ଧାନ ଅମଳ କରି ସାରିଥିବା ବେଳେ ୩୦ ପ୍ରତିଶତ ଚାଷି ଙ୍କ ଧାନ ଏଯାଏ ଅମଳ ହୋଇନାହିଁ। ତେବେ କୋହଲା ପାଗ ଝିପିଝିପି ବର୍ଷା କାରଣରୁ ଚାଷି ଙ୍କ ବର୍ଷକ ର ଉପାର୍ଜିତ ଧାନ ନଷ୍ଟ ହେବାର ଅନେକ ସମ୍ଭାବନା ରହିଛି। ଚାଷି ଙ୍କ ଧାନ କୁ ସୁରକ୍ଷିତ ରଖିବା ପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ କୋକସରା ବ୍ଲକ ର ଚାଷୀନେତା ଶିଵ ପ୍ରସାଦ ପ୍ରଧାନୀ, ଲକ୍ଷ୍ମୀ ନାରାୟଣ ପ୍ରଧାନୀ, ସୁବୋଧ ପଣ୍ଡା, ବିଜୟ ସାହୁ, ଲଲାଟେନ୍ଦୁ ନାରାୟଣ ପ୍ରଧାନୀ,ଜୟଲାଲ ନାଏକ, ପଞ୍ଚକ ପୋଢ଼, ରମେଶ ଦୁର୍ଗା ପ୍ରମୁଖ କୋକସରା ଅଞ୍ଚଳ ର ଚାଷି ମାନେ ଦାବି କରିଛନ୍ତି।