Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଗତି ଶିକ୍ଷାନୁଷ୍ଠାନରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ପାଠ ପଢିଵାର ସୁଯୋଗ

କଳାହାଣ୍ଡି, ୦୫/୧୨ (ଜଗନ୍ନାଥ ନାଏକ) : ଜୁହାର ଫାଉଣ୍ଡେସନ ମୁମ୍ବାଇ ତତ୍ତ୍ୱାବଧାନରେ ପଶ୍ଚିମ ଓଡିଶାର ୧୨ ଗୋଟି ଗ୍ରାମାଞ୍ଚଳରେ ଭିଏସଏସ ଫେଲୋସିପ ମାଧ୍ୟମରେ ଗରିବ ତଥା ଯେଉଁ ଅଞ୍ଚଳରେ ଶିକ୍ଷାର ଅସୁବିଧା ରହିଛି, ସେଇ ଅଞ୍ଚଳର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ନେଇ ସକାଳ ଏବଂ ସନ୍ଧ୍ୟା ସମୟରେ ପାଠ ପଢାଯାଏ । ବର୍ତମାନ ବିଭିନ୍ନ ଜିଲ୍ଲାରେ ୧୨ ଗୋଟି ସ୍ଥାନରେ ଦୁଇ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପଠନରତ । ଆଜିର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜୁହାର ଫାଉଣ୍ଡେସନର ସମସ୍ତ ସଭ୍ୟ, ମେଣ୍ଟର, ଭିଏସଏସ ଫେଲୋସିପର ସଭ୍ୟ ତଥା ଛାତ୍ରଛାତ୍ରୀଙ୍କୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଂଜୟ ଶତପଥୀ ଉତ୍ସାହିତ କରିଥିଲେ ।
ଜୁହାର ଫାଉଣ୍ଡେସନ ମୁମ୍ବାଇ ବୋର୍ଡ଼ ସଦସ୍ୟ ତଥା ପ୍ରଗତି ଶିକ୍ଷାନୁଷ୍ଠାନର ସମ୍ପାଦକ ଅଜୟ ପଣ୍ଡା ମେଧାବୀ ଛାତ୍ରଛାତ୍ରୀଙ୍କୁ ଦଶମ ପରୀକ୍ଷା ପରେ ପ୍ରଗତି ଶିକ୍ଷାନୁଷ୍ଠାନରେ ନିଃଶୁଳ୍କ ପାଠ ପଢିବାକୁ ସୁଯୋଗ ଦେବାପାଇଁ ଘୋଷଣା କରିଥିଲେ । ଏହା ସହିତ ଯେଉଁ କେନ୍ଦ୍ରରୁ ୯୦ ପ୍ରତିଶତ ଉପରେ ମାର୍କ ରଖିବେ, ସେହି ସଦସ୍ୟଙ୍କୁ ୧୦,୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଗତି ଟ୍ରଷ୍ଟ ତରଫରୁ ଦିଆଯିବ ବୋଲି ଘୋଷଣା କରିଥିଲେ । ଏହି ଅନଲାଇନ ମିଟିଙ୍ଗରେ ଜୁହାର ଫାଉଣ୍ଡେସନର ଅନ୍ୟ ସମସ୍ତ ବୋର୍ଡ଼ ସଦସ୍ୟ ଶ୍ରୀ ପ୍ରଦୀପ ପଣ୍ଡା, ଦୀପକ ପୂଜାରୀ, ସୁଷମା ପଣ୍ଡା, ସମୀର ପଣ୍ଡା, ମୌସୁମୀ ମହାପାତ୍ର ଅବଂ ଅନ୍ୟ ସଭ୍ୟ ସମୂହ ଉପସ୍ଥିତ ଥିଲେ ।
ଆଗାମୀ ଦିନରେ ଏହି ଉଦ୍ୟମକୁ ଆହୁରି ପ୍ରସାରିତ କରି ଶିକ୍ଷାର ମାନ ବୃଦ୍ଧି କରିଵା ସହିତ ସମସ୍ତେ ଯେମିତ ଉଚିତ ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତି ସେଥି ପ୍ରତି ଯେତିକି ସମ୍ଭବ ପ୍ରଚେଷ୍ଟା କରାଯିବ ବୋଲି ଶ୍ରୀମତୀ ସୁଷମା ପଣ୍ଡା କହିଥିଲେ । ପ୍ରକାଶ ଥାଉ କି, ଜୁହାର ଫାଉଣ୍ଡେସନ ମୁମ୍ବାଇ ଅତୀତରେ କୋଭିଡ ସମୟରେ ମୁମ୍ବାଇରୁ ପ୍ରବାସୀ ଶ୍ରମିକମାନଙ୍କୁ ଓଡିଶା ଆଣିବାରେ, ଅକ୍ସିଜେନ ବ୍ୟାଙ୍କ, ଆକ୍ସିଜେନ ସିଲିଣ୍ଡର, କୋଭିଡ ସେଲଟର, ମାଗଣା ଚକ୍ଷୁ ଚିକିତ୍ସା ଶିବିର, ଉନ୍ନ୍ନତ ମାନର ଶସ୍ୟ ବିହନ ଯୋଗାଣ ଇତ୍ୟାଦି ଅନେକ କାର୍ଯ୍ୟ କରିଆସୁଅଛି ।