Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଆର ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳନ

ସମ୍ବଲପୁର:ଆଜି ସମ୍ବଲପୁର ସାମ୍ବାଦିକ ଭବନ ଠାରେ ଭାରତରତ୍ନ ଡକ୍ଟର ବି ଆର ଆମ୍ବେଦକର ଙ୍କ ୬୭ ତମ ମହାପରିନିର୍ବାଣ ଦିବସ ପାଳନ କରାଯାଇଥିଲା। ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଷଦର ଅଧ୍ୟକ୍ଷ ନିହାଲ ସିଂ ସଭାପତିତ୍ବ କରିଥିବା ବେଳେ ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ର ହରିପାଲ ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଶିକ୍ଷାବିତ ସୁବାସ ନାଏକ, ସମ୍ମାନିତ ଅତିଥି ଭାବରେ ଶିକ୍ଷାବିତ କୈଳାସ ମ଼ହାରଣା, ଏମଡି ନୱ।ବ, ଗିରିଧାରୀ ଖୁରା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥିଗଣ ବି ଆର୍ ଆମ୍ବେଦକର ଙ୍କ ମ‌ହାପରିନିର୍ବାଣ ଦିବସରେ ତାଙ୍କର ସମ୍ବିଧାନ ଗଠନରେ ଥିବା ମହତ ଅବଦାନ ନେଇ ସ୍ମୂତିଚାରଣ କରିବା ସହ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ଶିବଶଙ୍କର ପଧାନ ମଧ୍ୟ ମଞ୍ଚାସିନ ଥିବା ବେଳେ ଶେଷରେ ମହାସଚିବ ମୋମିନା ଖାତୁନ ଧନ୍ୟବାଦ ଅର୍ପଣ କରିଥିଲେ।