Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦାଦନ ଶ୍ରମିକ ଲୋକନାଥ ଙ୍କ ମୃତଦେହ ଆଜି ପହଞ୍ଚିଲା ନିଜ ଜନ୍ମ ମାଟିରେ

କଳାହାଣ୍ଡି, ୦୭/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ମାଣ୍ଡେଲ ଗ୍ରାମର ସାନେ ଦୀପ, ଙ୍କ ପୁଅ ଲୋକନାଥ ଦିପ ୩୩ ବର୍ଷ ନିଜ ପରିବାର ପେଟକୁ ଗଣ୍ଡେ ଦାନା ଯୋଗାଇବା ପାଇଁ ସୁଦୂର ତାମିଲନାଡୁ ର କଇମ୍ବାଟୁ ସହର ଏକ କମ୍ପାନୀ ରେ କାର୍ଯ୍ୟ କରୁଥିବା ସମୟରେ ଅସୁସ୍ଥ ହୋଇ ପଡ଼ିଥିଲେ ଅସୁସ୍ଥ ଲୋକନାଥ ଙ୍କୁ ସହକର୍ମୀ ମାନେ ହସ୍ପିଟାଲ୍ ଭର୍ତି କରିଥିଲ ଚିକିତ୍ସିତ ଅବସ୍ଥାରେ ଗତ ୪ ଦିନ ତଳେ ଲୋକନାଥ ମୃତ୍ୟୁବରଣ କରିଥିଲେ ପରିବାର ପକ୍ଷରୁ ସୂଚନା ପାଇ ଭବାନୀପାଟଣା ର ବାବୁଲି ଦାଦା ଙ୍କୁ ସମସ୍ତ ବିଷୟ କହି ଥିଲେ କେମିତି ଜନ୍ମ ମାଟି କୁ ଶ୍ରମିକ ଙ୍କ ସବ ଫେରିବ ସଙ୍ଗେ ସଙ୍ଗେ ଶ୍ରୀ ମଣ୍ଡଳ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ଅଧିକାରୀ ଙ୍କ ଶହ ଆଲୋଚନା କରି ସୁଦୂର ତାମିଲନାଡୁ ରୁ ଶବ ଫେରିବା ସମସ୍ତ ପ୍ରକାର ବ୍ୟବସ୍ଥା କରାଇଥିଲେ ଏଣୁ ତାଙ୍କର ମୃତ ଦେହ ଆଜି ନିଜ ଗ୍ରାମ କୁ ଫେରିଛି ଏବଂ ଶୋକାକୁଳ ପରିବେଶ ରେ ଅନ୍ତିମ ସଂସ୍କାର କରଯାଇଛି