Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବ୍ୟବସ୍ଥା ଘେରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବ୍ଲକ୍ ରେ ବ୍ଲକ୍ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ବହୁ ଅବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପ୍ରଶାସନ, ଡି ଡି ଆର ସି, ରେଙ୍ଗାଲି ପଞ୍ଚାୟତ ସମିତି ମିଳିତ ଆନୁକୁଲ୍ୟରେ ଏହି ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିର ରେ ବହୁ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ଶିବିର ସମୟରେ ବର୍ଷା ହେଉଥିବା ବେଳେ ଶିବିର କୁ ଆସିଥିବା ଭିନ୍ନକ୍ଷମ ମାନେ ବର୍ଷା ରେ ଭିଜୁଥିବାର ଦେଖିବାକୁ ମିଳିଥିଲା। ବାହା ଘର ବେଳେ ବାଇଗଣ ରୁଆ ପରି ଶିବିର ଚାଲିଥିବା ବେଳେ ଟେଣ୍ଟ ଗଡା ଯାଇଥିଲା। ରେଙ୍ଗାଲୀ ବ୍ଲକ୍ ର ବିଭିନ୍ନ ପଞ୍ଚାୟତ ରୁ ବାହୁ ଭିନ୍ନକ୍ଷମ ମାନେ ଭିନ୍ନକ୍ଷମ ସାର୍ଟିଫିକେଟ, ଭତ୍ତା, ଅନ୍ୟାନ୍ୟ ସୁବିଧା ପାଇବା ପାଇଁ ଗାଡ଼ି, ଟେମ୍ପୁ ଭଡ଼ା କରି ଖର୍ଚ୍ଚାନ୍ତ ହୋଇ ଆସିଥିବା ବେଳେ ଶିବିର ରେ କିନ୍ତୁ କିଛି ନପାଇ ନିରାଶ ହୋଇ ଘରକୁ ଫେରିଥିଲେ। ଶିବିର କୁ ଆସୁଥିବା ଭିନ୍ନକ୍ଷମ ଙ୍କୁ ଆଣିବା ପାଇଁ କୌଣସି ସୁବିଧା ପ୍ରଶାସନ ପକ୍ଷରୁ କରାଯାଇନଥିବାରୁ ଭାରତ ନିର୍ମାଣ ଯୁବ ସ୍ବେଛାସବୀ ସଂଗଠନ ର କର୍ମକର୍ତ୍ତା ମାନେ ହାତରେ ଭିନ୍ନକ୍ଷମ ଙ୍କୁ ଆନୁଥିବାର ଦେଖିବାକୁ ମିଳିଥିଲା। ପାନୀୟଜଳ ଓ ଖାଇବା ରେ ମଧ୍ୟ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ପାଣି ଅଛି କିନ୍ତୁ ପିଇବା ପାଇଁ ଗ୍ଲାସ୍ ର ବ୍ୟବସ୍ଥା ନଥିଲା। ଖାଇବା ଡେରି ରେ ଆସିଥିବାରୁ ବହୁ ଭୋକ ରେ ଘରକୁ ଫେରି ଯାଇଥିବାର ଦେଖା ଯାଇଥିଲା। ଏହି ଶିବିର ରେ ଡି ଏସ ଏସ ଓ ତଭିର ମହାନନ୍ଦ, ରେଙ୍ଗାଲି ବିଡ଼ିଓ କୃଷ୍ନଚନ୍ଦ୍ର ଦଳପତି, ଡି ଡି ଆର ଓ ରବିନ୍ଦ୍ରନାଥ ଶତପଥି ଙ୍କ ସହ ବହୁ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ। ବିଭିନ୍ନ ବିଭାଗ ର ଡାକ୍ତର ମାନେ ଭିନ୍ନକ୍ଷମ ଙ୍କ ପରୀକ୍ଷା କରିଥଲେ। ଏହି ଶିବିର ରେ 76 ଜଣଙ୍କ ପରୀକ୍ଷା କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ