Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକ୍ଷକଙ୍କ ଯୌନ ନିର୍ଯାତନା ଘଟଣା: ଚାଲିଛି ତଦନ୍ତ, ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ : ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: କେନ୍ଦ୍ରୀୟ ବିଦ୍ୟାଳୟ ନଂ.୧ ସମ୍ବଲପୁର ର ଛାତ୍ରୀଙ୍କୁ ଜଣେ ଶିକ୍ଷକ ଯୌନ ନିର୍ଯାତନା ଦେବା ଘଟଣାରେ ଅଭିଯୁକ୍ତ ଶିକ୍ଷକଙ୍କୁ କଠୋର ଦଣ୍ଡ ବିଧାନ କରିବା ଏବଂ ବିଦ୍ୟାଳୟର ଅଧକ୍ଷଙ୍କୁ ଏହି ଘଟଣାରେ ତଦନ୍ତ ପରିସର ଭୁକ୍ତ କରି ତୁରନ୍ତ ବଦଳି କରିବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଆଜି ଅଭିଭାବକ ସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଥିଲା I ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ଙ୍କ ସମ୍ବଲପୁର ଗସ୍ତ ଅବସରରେ ବୁର୍ଲା ସ୍ଥିତ ଏମସିଏଲ ଅତିଥି ଭବନରେ ଅଭିଭାବକ ସଂଘ ର ସଭାପତି ଶ୍ରୀ ସରୋଜ ଦେଓଙ୍କ ନେତୃତ୍ୱରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରିବା ସହିତ ବିଦ୍ୟାଳୟର ବିଭିନ୍ନ ପ୍ରସଙ୍ଗ ଉପରେ ସାକ୍ଷାତ ଆଲୋଚନା କରାଯାଇଥିଲା I ଗତ ୩୦ ତାରିଖ ଦିନ ବିଦ୍ୟାଳୟର ଇଂରାଜୀ ଶିକ୍ଷକ ଶ୍ରୀ ଅରୁଣ କୁମାର ଯୋଶୀ ନବମ ଶ୍ରେଣୀର ଜଣେ ଛାତ୍ରୀ ଙ୍କୁ ଶ୍ରେଣୀ କୋଠରୀରେ ଯୌନ ନିର୍ଯାତନା ଦେବା ଘଟଣା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଅବଗତଥିବା ଏବଂ ଆଇନ ତା ବାଟରେ କାର୍ଯ୍ୟ କରୁଛି ବୋଲି ପ୍ରକାଶ କରିଥିଲେ I ଅନେକ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା କେନ୍ଦ୍ରୀୟ ବିଦ୍ୟାଳୟ ନଂ ୧ ର ଅଧକ୍ଷଙ୍କ ଅପାରଗତା, ଦାୟିତହୀନ କାର୍ଯ୍ୟ ଯୋଗୁଁ ବିଦ୍ୟାଳୟ ଆଜି ସମଗ୍ର ଭାରତ ବର୍ଷରେ ବଦନାମ ହେବା ସହିତ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି I ବିଦ୍ୟାଳୟର ଅଧକ୍ଷ ଡ଼. ଷଡ଼ଙ୍ଗୀ ଙ୍କ ଏକାନ୍ତ ବିଶ୍ଵସ୍ଥ ଏବଂ ଅନୁଗତ ଭାବେ ଅଭିଯୁକ୍ତ ଶିକ୍ଷକ ଶ୍ରୀ ଯୋଶୀ ଥିଲେ I ଅଧକ୍ଷ ଙ୍କ ପରୋକ୍ଷ ସହଯୋଗରେ ବିଦ୍ୟାଳୟରେ ଏଭଳି କାର୍ଯ୍ୟ କରି ଆସୁଥିବା ଶିକ୍ଷକ ଶ୍ରୀ ଯୋଶୀ ଙ୍କ ବିରୁଦ୍ଧରେ ପୂର୍ବରୁ ମଧ୍ୟ ଅଧକ୍ଷ ଡ଼. ଷଡ଼ଙ୍ଗୀ ଙ୍କୁ ଛାତ୍ରୀ ମାନେ ଅଭିଯୋଗ କରିଥିଲେ I ମାତ୍ର, ଅଧକ୍ଷ ଡ଼. ଷଡ଼ଙ୍ଗୀ ଏହା କର୍ଣ୍ଣପାତ କରି ନଥିଲେ I ଏହା ସହିତ ଅଧକ୍ଷ ଡ଼. ଷଡ଼ଙ୍ଗୀ ଙ୍କ ଜ୍ଞାତସାରରେ ପ୍ରତ୍ୟେକ ରବିବାର ଛୁଟି ଦିନ ଏକ୍ସଟ୍ରା କ୍ଲାସ ବାହାନାରେ ଅଭିଯୁକ୍ତ ଶିକ୍ଷକ ଶ୍ରୀ ଯୋଶୀ ଛାତ୍ରୀ ମାନଙ୍କୁ ଡାକି କ୍ଲାସ କରୁଥିଲେ I ଏଣୁ ଏହି ଘଟଣାରେ ବିଦ୍ୟାଳୟର ଅଧକ୍ଷ ଡ଼. ପ୍ରଶାନ୍ତ କୁମାର ଷଡ଼ଙ୍ଗୀ ଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରିବା ଏବଂ ତୁରନ୍ତ ବଦଳି କରିବାକୁ ଅଭିଭାବକ ସଂଘ ପକ୍ଷରୁ ଦାବି କରାଯାଇଥିଲା I ଏକ ଉଚ୍ଚ ସ୍ତରୀୟ କମିଟି ଦ୍ୱାରା ଘଟଣାର ତଦନ୍ତ ଚାଲୁଥିବା ବେଳେ ଅଭିଯୁକ୍ତ ଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଅଭିଭାବକ ସଂଘ ପ୍ରତିନିଧି ମଣ୍ଡଳୀ ଙ୍କୁ ପ୍ରତିଶୃତି ଦେଇଥିଲେ I ଏହି ସାକ୍ଷାତ ଆଲୋଚନା ସମୟରେ ଅଭିଭାବକ ସରୋଜ ସାହୁ, ଦୁଲାଲ ଚନ୍ଦ୍ର ରାୟ, ସୁଧାଂଶୁ ଶେଖର ମହାରଣା, ସୁଶାନ୍ତ ମହାପାତ୍ର, ଶ୍ରୀମନ୍ତ ପଣ୍ଡା, ଭାରତୀ ସାହୁ, ମୁନମୁନ ମାଝୀ, ମଞ୍ଜୁଲତା ମିର୍ଦ୍ଧା, ଅଶୋକ କୁମାର ମିଶ୍ର, ପ୍ରଫୁଲ୍ଲ ମିର୍ଦ୍ଧା, ଗୋପାଳଜୀ ପାଢ଼ୀ, କୈଳାଶ ସେଠ୍, ରବି ସାହୁ, ବିଜୟ ସାହୁ, ଅଶ୍ବିନୀ ପ୍ରଧାନ, କୁମର ମଣି କିସାନ, ସନ୍ଦୀପ ସିଂହ, ମୁରଲୀ ପ୍ରଧାନ, କୁଶ ବିଶ୍ୱାଳ, ସୁବାଷ ଶତପଥି ପ୍ରମୁଖ ସାମିଲ ଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ