ସରକାରୀ ପ୍ରୋତ୍ସାହନ ଅଭାବରୁ ଧିମେଇଛି ବେଲଗୁଣ୍ଠାର ବିଶ୍ଵ ପ୍ରସିଦ୍ଧ ପିତଲମାଛ ଶିଳ୍ପ, ମୁହଁ ଫେରାଉଛନ୍ତି ଯୁବ କାରିଗର,


ବେଲଗୁଣ୍ଠା,09/12, ଦୀର୍ଘ ତିନି ଶହ ବର୍ଷ ଧରି ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠାରେ ତିଆରି ହେଉଛି ବିଶ୍ୱ ପ୍ରସିଦ୍ଧ ପିତଳ ମାଛ I ନିର୍ଜୀବ ପିତଳ ଚଦରରୁ ପ୍ରସ୍ତୁତ ପିତଳ ମାଛ ଜୀବନ୍ତ ମାଛ ଭଳି ପ୍ରତୀୟମାନ ହୋଇ ସାରା ବିଶ୍ୱ ବାସୀଙ୍କୁ ଚକିତ କରିଛି I ମହାମହିମ ରାଜ୍ୟପାଳଙ୍କ ଠାରୁ ଆରମ୍ଭ କରି ମାନ୍ୟବର ମୁଖ୍ୟ ମନ୍ତ୍ରୀ,ବିଧାୟକ,ସାଂସଦ, ବିଭିନ୍ନ ବିଭାଗୀୟ ମନ୍ତ୍ରୀ, ସଚିବ, ଜିଲ୍ଲାପାଳ,ଉପଜିଲ୍ଲାପାଳ,ବିଡ଼ିଓ, ତହସିଲଦାର,ସ୍ଥାନୀୟ ନେତାଙ୍କ ସମେତ ବହୁ ବିଦେଶୀ ଅତିଥି ବିଭିନ୍ନ ସମ୍ବର୍ଦ୍ଧନା ସଭାରେ ପିତଳ ମାଛଟିଏ ଉପହାର ପାଇ ଖୁସିରେ ଗଦ୍ ଗଦ୍ ହୋଇପଡିଛନ୍ତି I ବେଲଗୁଣ୍ଠାରେ ପ୍ରସ୍ତୁତ ପିତଳ ମାଛ ସମଗ୍ର ଓଡ଼ିଶାରେ ଏକ ପ୍ରମୁଖ ଉପହାରର ସ୍ଥାନ ନେଇଛି I ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ପିତଳ ମାଛର ଚାହିଦା ଖୁବ୍ ବେଶୀ I କିନ୍ତୁ ବିଡମ୍ବନାର ବିଷୟ ମାଛ ଖାଇବାକୁ ପସନ୍ଦ କରୁ୍ଥିବା ଲୋକ ପୋଖରୀର ରକ୍ଷଣାବେକ୍ଷଣକୁ ଭୁଲିଯିବା ପରି ପିତଳ ମାଛକୁ ଉପହାର ରୂପେ ପାଇ ଖୁସି ପ୍ରକଟ କରୁ୍ଥିବା ନେତା, ମନ୍ତ୍ରୀ,ପ୍ରଶାସକ ଏହି ପିତଳ ମାଛ ଶିଳ୍ପର ପ୍ରଚାର ପ୍ରସାର ପ୍ରତି ସମ୍ପୂର୍ଣ୍ଣ ଅଣଦେଖା କରିବା ଯୋଗୁଁ ଏହି ଶିଳ୍ପ କ୍ରମେ ବାଟ ହୁଡ଼ିବାକୁ ବସିଲାଣି I ସରକାର ବିଭିନ୍ନ କଳାକାର ଏବଂ ଶିଳ୍ପୀଙ୍କ ପାଇଁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଭତ୍ତାର ବ୍ୟବସ୍ଥା କରିଥିବା ବେଳେ ବେଲଗୁଣ୍ଠାର ପିତଳ ମାଛ କାରିଗର କିନ୍ତୁ ଏଥିରୁ ବଞ୍ଚିତ I ବେଲଗୁଣ୍ଠାର ବିଶିଷ୍ଟ ପିତଳ ମାଛ ଶିଳ୍ପୀ ପ୍ରକାଶ ମହାରଣାଙ୍କ କହିବା ପ୍ରକାରେ ପିତଳ ମାଛ ଶିଳ୍ପର ପ୍ରଚାର ପ୍ରସାର ଦିଗରେ ମୁଖ୍ୟ ବାଧକ ସାଜିଛି ଯୁବ ଗୋଷ୍ଠୀଙ୍କ ପାଇଁ ଉପଯୁକ୍ତ ତାଲିମର ଅଭାବ I ଶ୍ରୀ ମହାରଣାଙ୍କ ସୂଚନା ପ୍ରକାରେ 1873 ମସିହାରେ ଏହି ପିତଳ ମାଛ ତିଆରି ଆରମ୍ଭ ହୋଇଥିଲା ଯାହା ତତକାଳୀନ ଭଞ୍ଜବଂଶୀୟ ରାଜା ରାମଚନ୍ଦ୍ର ଭଞ୍ଜଙ୍କୁ ବିମୁଗ୍ଧ କରିଥିଲା I କ୍ରମେ ଏହି ଶିଳ୍ପ ନାନା ବାଧାବିଘ୍ନ ଦେଇ ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଚାଲିଥିଲା I ପ୍ରକାଶ ମହାରଣା 1990 ମସିହାରେ ମାଷ୍ଟର କ୍ରାପ୍ଟସ୍ ମ୍ୟାନ୍ ରୂପେ ନିଯୁକ୍ତି ହେବାପରେ 1992/93 ମସିହାରେ କିଛି ପିଲାଙ୍କୁ ତାଲିମ୍ ପ୍ରଦାନ କରିଥିଲେ I ପୁଣି ଏହାର ତିନି ବର୍ଷ ପରେ 1995/96 ମସିହାରେ ଏବଂ ଏହାର ନଅ ବର୍ଷ ବ୍ୟବଧାନରେ 2004/05 ମସିହାରେ କିଛି ପିଲାଙ୍କୁ ତାଲିମ୍ ପ୍ରଦାନ କରିଥିଲେ I ଏହାର ଦୀର୍ଘ ପନ୍ଦର ବର୍ଷ ପରେ 2019/20 ରେ ଧରାକୋଟ ବ୍ଳକ୍ ଜଗମୋହନ ଗ୍ରାମରେ ଏବଂ 2021/22 ରେ ବେଲଗୁଣ୍ଠା ଏନ୍ଏସି ରଙ୍ଗଣୀପାଟଣା ଗ୍ରାମର 15 ଜଣ ପିଲାଙ୍କୁ ତାଲିମ୍ ପ୍ରଦାନ କରିଥିଲେ I ବହୁ ସମୟ ବ୍ୟବଧାନରେ ଅତି କମ୍ ପିଲାଙ୍କୁ ତାଲିମ୍ ପ୍ରଦାନ କରାଯାଉଥିବାରୁ ପିତଳ ମାଛ ପାଇଁ ଆବଶ୍ୟକ କାରିଗର ସୃଷ୍ଟି ହୋଇପାରୁନଥିବା ଶ୍ରୀ ମହାରଣା ପ୍ରକାଶ କରିଛନ୍ତି I ସେହିପରି ଏହି ଶିଳ୍ପ ପାଇଁ ଆବଶ୍ୟକ କର୍ମଶାଳା ବେଲଗୁଣ୍ଠାରେ ନଥିବାରୁ ତାଲିମ୍ ପ୍ରାପ୍ତ କାରିଗର ମାନେ ଅନ୍ୟତ୍ର ଚାଲିଯାଉଥିବା ଦେଖିବାକୁ ମିଳିଛି I ଉପଯୁକ୍ତ ପାରିଶ୍ରମିକ ଏବଂ ସରକାରୀ ପ୍ରୋତ୍ସାହନ ଅଭାବରୁ ବେଲଗୁଣ୍ଠା ପିତଳ ମାଛ କାରିଗରଙ୍କ ଅବସ୍ଥା ଦୟନୀୟ କହିଲେ ଅତ୍ୟୁକ୍ତି ହେବ ନାହିଁ I ମାଷ୍ଟର୍ କ୍ରାପ୍ଟସ୍ ମ୍ୟାନ୍ ପ୍ରକାଶ ମହାରଣାଙ୍କ କହିବା ପ୍ରକାରେ ଗୋଟିଏ ଦଶ ଇଞ୍ଚ ଲମ୍ବର ମାଛ ତିଆରି ପାଇଁ ଦୁଇଦିନ ସମୟ ଲାଗେ I ଏଥିରେ ପ୍ରାୟ 700 ଟଙ୍କାର କଞ୍ଚାମାଲ୍ ଖର୍ଚ୍ଚ ହୋଇଥାଏ I ସେହି ମାଛଟି ମାତ୍ର 1000 ଟଙ୍କାରେ ବିକ୍ରି ହୋଇଥାଏ I ଏହାର ଅର୍ଥ ଜଣେ ଶିଳ୍ପୀ ଦୁଇ ଦିନରେ ମାତ୍ର ତିନିଶହ ଟଙ୍କା ଅର୍ଥାତ୍ ତାର ଦୈନିକ ରୋଜଗାର ମାତ୍ର ଦେଢଶହ ଟଙ୍କା ହୋଇଥାଏ I ଏହି ନିମ୍ନ ପାରିଶ୍ରମିକରେ ପରିବାର ପ୍ରତିପୋଷଣ ଏକ ପ୍ରକାର ଅସମ୍ଭବ I ତେଣୁ ଏହି ପରିବାରର ଯୁବକ ମାନେ ପିତଳ ମାଛ ଶିଳ୍ପରୁ ମୁହଁ ଫେରାଇ ପରିବାର ପ୍ରତିପୋଷଣ ପାଇଁ ଅନ୍ୟ ରାସ୍ତା ଆପଣାଉଥିବା ଦେଖିବାକୁ ମିଳିଛି I ବର୍ତ୍ତମାନ ବେଲଗୁଣ୍ଠାରେ ପ୍ରକାଶ ମହାରଣା ଏବଂ ପ୍ରଦୀପ ମହାରଣା ପିତଳ ମାଛ ପ୍ରସ୍ତୁତ କରୁ୍ଥିବା ବେଳେ ତାଙ୍କ ଉତ୍ତରପୀଢି ଯୁବ ଗୋଷ୍ଠୀ କିନ୍ତୁ ଏଥିରୁ ମୁହଁ ଫେରାଇ ନେଇଥିବା ଜଣାପଡିଛି I ତେଣୁ ଯୁବଗୋଷ୍ଠୀଙ୍କୁ ପିତଳ ମାଛ ଶିଳ୍ପ ପ୍ରତି ଆକୃଷ୍ଟ କରି ଏହି ଶିଳ୍ପକୁ ବଞ୍ଚାଇ ରଖିବାକୁ ହେଲେ ଯୁବ କାରିଗରଗୋଷ୍ଠୀଙ୍କୁ ନିୟମିତ ତାଲିମ୍ ,ଉପଯୁକ୍ତ ପାରିଶ୍ରମିକ, ବିନା ଜିଏସଟିରେ ଋଣ, ଷ୍ଟାଇପେଣ୍ଡ୍ ବୃଦ୍ଧି, କର୍ମଶାଳା ନିର୍ମାଣ ଏବଂ କାରିଗର ଭତ୍ତା ପ୍ରଦାନର ଆବଶ୍ୟକ ରହିଛି ବୋଲି ଶିଳ୍ପୀ ଶ୍ରୀ ମହାରଣା ପ୍ରକାଶ କରିଛନ୍ତି I ଏନେଇ ପ୍ରକାଶ ବାରମ୍ବାର ହସ୍ତ ଶିଳ୍ପ ବିଭାଗର ଦୃଷ୍ଟି ଆକର୍ଷଣ କରିବା ସହ ସ୍ଥାନୀୟ ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଗୁହାରୀ କରିଥିଲେ ମଧ୍ୟ ସରକାରଙ୍କ ତରଫରୁ ଏହି ଶିଳ୍ପର ପ୍ରସାର ପାଇଁ ସେମିତି କିଛି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇଥିନବାରୁ ଶ୍ରୀ ମହାରଣା କ୍ଷୋଭ ପ୍ରକାଶ କରିଛନ୍ତି I ବର୍ତ୍ତମାନ ଦେଶ ବିଦେଶରେ ବେଲଗୁଣ୍ଠା ତିଆରି ପିତଳ ମାଛର ଚାହିଦା ବୃଦ୍ଧି ପାଇଥିଲେ ମଧ୍ୟ ଆବଶ୍ୟକ କାରିଗର ଅଭାବରୁ ପ୍ରକାଶ ମହାରଣା ସମସ୍ତ ଅନୁ୍ଷ୍ଠାନକୁ ପିତଳ ମାଛ ଯୋଗାଇବା ଅସମ୍ଭବ ହେଉଥିବା ପ୍ରକାଶ କରିଛନ୍ତି I ତେଣୁ ବେଲଗୁଣ୍ଠାରେ ବିଶ୍ୱ ପ୍ରସିଦ୍ଧ ପିତଳ ମାଛ ଶିଳ୍ପର ପ୍ରଚାର ପ୍ରସାର ଦିଗରେ ସରକାର ତୁରନ୍ତ ପଦକ୍ଷେପ ନେବାପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି I

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଓଜିଲ୍ଲାସ୍ତରୀୟ ବିକାଶ ମେଳା ଶୁଭ ଉଦ୍‌ଘାଟିତ ପାରଳାଖେମୁଣ୍ଡି:୨୧/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଶୁଭ ଉଦ୍‌ଘାଟିତ ହୋଇଯାଇଅଛି । ରାଜ୍ୟ ସରକାରଙ୍କ ବିକାଶ ମୂଳକ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକର ସୂଚନା-ଶିକ୍ଷା-ସଞ୍ଚାର କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସାଧାରଣଙ୍କୁ ସଚେତନତା ସୃଷ୍ଟି ପାଇଁ ବିକାଶ ମେଳା ଆଜି ଠାରୁ ୨୩-ସେପ୍ଟେମ୍ବର, ୨୦୨୪ ପର୍ଯ୍ୟନ୍ତ ତିନି ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲୁରହିବ । ଆଜିର ଏହି ମେଳାରେ ମୁଖ୍ୟଅତିଥି ଭାବେ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା, ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି, ଓଡ଼ିଶାଯୋଗଦେଇ ବିକଶିତ ଓଡିଶା ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମକୁ ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ମେଳାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଶ୍ରୀକେ.ନାରାୟଣ ରାଓ, ପୂର୍ବତନ ବିଧାୟକ ପାରଳାଖେମୁଣ୍ଡି, ଶ୍ରୀମତୀ ମାଳତୀ ପ୍ରଧାନ, ଅଧ୍ୟକ୍ଷା ପଞ୍ଚାୟତ ସମିତି ନୂଆଗଡ଼ ଓ ଡ.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଗଜପତି ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଉଦଘାଟନୀ ଉତ୍ସବରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରି ନିଜ ବକ୍ତବ୍ୟରେ କହିଥିଲେ ଯେ ରାଜ୍ୟରେ ୧୦୦ଦିନ ପୂରଣ କରିଥିବା ସରକାରଙ୍କ ସଫଳ କାହାଣି ବର୍ଣ୍ଣନା କରିବା ସହ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ମିଳିତ ଭାବେ ଓଡିଶାର ସାମଗ୍ରୀକ ବିକାଶ ଓ ସମୃଦ୍ଧି ଦିଗରେ ଅଗ୍ରସର ହେଉଛି । ଏହି ଅବସରରେ ଅଳ୍ପଦିନ ମଧ୍ୟରେ ମୋହନ ସରକାର ମହିଳାମାନଙ୍କ ନିମନ୍ତେ ସୁଭଦ୍ରା ଯୋଜନା ଠାରୁ ଆରମ୍ଭ କରି କୃଷକ ଓ ମହିଳା ସଶକ୍ତିକରଣ ଓ ସମସ୍ତ ବର୍ଗର ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ଦର୍ଶାଇବା ସହ ଏହି ସରକାର ସାଧାରଣ ଲୋକଙ୍କ ସରକାର ବୋଲି ପ୍ରକାଶ କରିଥିଲେ । ସେହିପରି ଜନସାଧାରଣଙ୍କ ଦକ୍ଷତାର ସଦ୍ ଉପଯୋଗ କରିବା ସହ ପ୍ରତ୍ୟେକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ । ଜିଲ୍ଲାପାଳଙ୍କ ସ୍ୱାଗତ ଅଭିଭାଷଣରେ ସମସ୍ତ ଜନସାଧାରଣଙ୍କୁ କହିଥିଲେ କଠିନ ପରିଶ୍ରମକଲେ ଜିଲ୍ଲା, ରାଜ୍ୟ ଓ ଦେଶ ବିକଶିତ ହୋଇପାରିବ ।ଏହି ଅବସରରେ ସୁଭଦ୍ରା ଯୋଜନାର ପାଞ୍ଚ ଜଣ ହିତାଧିକାରୀଙ୍କୁ ୫,୦୦୦/- ଲେଖାଏଁ ଚେକ୍ ପ୍ରଦାନ କରାଯାଇଥିବା ବେଲେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ୬ ଜଣଙ୍କୁ ୫୦,୦୦୦/- ଲେଖାଏଁ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଦୁଇଗୋଟି ଦମ୍ପତୀଙ୍କୁ ଭିନ୍ନକ୍ଷମଙ୍କ ନିମନ୍ତେ ବିବାହ ପ୍ରୋତ୍ସାହନ ରାଶି ପ୍ରତେକ୍ୟଙ୍କୁ ୨ ଲକ୍ଷ ୫୦ ହଜାର ଲେଖାଏଁ ମାନ୍ୟବର ମନ୍ତ୍ରୀ ପ୍ରଦାନ କରିଥିଲେ ।ଏହି ମେଳାରେ ମୋଟ ୩୦ଟି ଷ୍ଟୋଲ ସ୍ଥାନ ପାଇଥିବା ବେଳେ ଏଗୁଡିକରେ ହସ୍ତଶିଳ୍ପ କାରିଗର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଓ ମହିଳା ସଂୟ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଉତ୍ପାଦିତ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନୀ ସହ ବିକ୍ରୟ ଶୁଭାରମ୍ଭ ହୋଇଛି । ସେହିପରି ଓରମାସ୍, ପଞ୍ଚାୟତରାଜ ବିଭାଗ, ମିଶନ ଶକ୍ତି, ଶିକ୍ଷା ବିଭାଗ, ପର୍ଯ୍ୟଟନ ବିଭାଗ, ସାମାଜିକ ସୁରକ୍ଷା ବିଭାଗ, କୃଷି ବିଭାଗ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଉଦ୍ୟାନ ବିଭାଗ, ଶ୍ରମ ବିଭାଗ, ଜିଲ୍ଲା ଶିଳ୍ପକେନ୍ଦ୍ର, ମତ୍ସ୍ୟ ଓ ପଶୁପାଳନ ବିଭାଗ ପକ୍ଷରୁ ପ୍ରଦର୍ଶନୀ ତଥା ସଚେତନତା ଷ୍ଟୋଲ ଖୋଲାଯାଇଛି।ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଡ. ଗୁଣନିଧି ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଜିଲ୍ଲାର ସ୍ଥାନୀୟ କଳାକାରମାନଙ୍କୁ ନେଇ ରଙ୍ଗାରଙ୍ଗ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲା ପରିଷଦ, ଶ୍ରୀ ଅନୁପ ପଣ୍ଡା ଉପ ଜିଲ୍ଲାପାଳ- ପାରଳାଖେମୁଣ୍ଡି, ଶ୍ରୀ ଦିଲ୍ଲୀପ କୁମାର ବେହେରା ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି, ଶ୍ରୀମତୀ ମୋନରମା ଦେବି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସଂପୃକ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।