Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୃଷିକେଶ ମହାପାତ୍ରଙ୍କ ପରଲୋକ

ସମ୍ବଲପୁର: ପଡିଆବାହାଲ ନିକଟସ୍ଥ ଖଲିଆପାଲି ଗ୍ରାମର ଜଣେ ଶତାୟୁ ପୁରୁଷଙ୍କ ଗତକାଲି ପରଲୋକ ହୋଇଯାଇଛି। ଖଲିଆପାଲି ମୂଳ ବାସିନ୍ଦା ଶିବ ଭକ୍ତ ହୃଷିକେଷ ମହାପାତ୍ରଙ୍କ ୯୦ ବର୍ଷ ବୟସରେ ଭେଡେନ ବ୍ଲକ୍ ଥୁଆପାଲି ନିକଟସ୍ଥ କୁସନପୁରୀ ଗ୍ରମାରେ ଗତକାଲି ବାର୍ଦ୍ଧକ୍ଯ ଜନିତ ମୃତ୍ୟୁ ହୋଇଯାଇଛି ।ଦୀର୍ଘ ଦିନ ହେଲା ସେ ନିଜ ଝିଅ ସୁବାଶିନୀ ଓ ଯୋଇଁ ଲିଙ୍ଗରାଜ ମହାପାତ୍ରଙ୍କ ନିକଟରେ ରହି ଆସୁଥିଲେ। ସେ ଜଣେ ଶିବ ଭକ୍ତ ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ । ଜୀବନ ପ୍ରାରମ୍ଭରୁ ଜୀବନର ଶେଷ ଯାଏ କୌଣସି ପ୍ରକାର ନିଶା ସେବନ କରୁନଥିବା ଓ ପରିବାର ସଂସ୍କୃତି ଉପରେ ବିଶ୍ୱାସ ରଖୁଥିବା ତାଙ୍କ ମୃତ୍ୟୁରେ ଖଲିଆପାଲି,କୁଶନପୁରୀ ସମେତ ଆଖ ପାଖ ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି । ମୃତ୍ୟୁ ଖବର ପାଇ ଆତ୍ମିୟ ବନ୍ଧୁ ପରିଜନ ଓ ଶୁଭେଚ୍ଛୁ ତାଙ୍କର ଶେଷ ଦର୍ଶନ କରିବା ପରେ କୁଶନପୁରୀ ସ୍ମଶାନରେ ତାଙ୍କ ପୁଅ ରାମ ଚନ୍ଦ୍ର ମହାପାତ୍ର(ମିଲୁ)ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ସମୟରେ ଝିଅ ଯୋଇଁ ନାତି ନାତୁଣୀ ପ୍ରଭୃତି ପରିବାର ଜ୍ଞାତି କୁଟୁମ୍ବ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ