Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଞ୍ଜରଙ୍କୁ ଦଳି ଦେଲା ଦନ୍ତା, ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜରେ ବଡ଼ ଅଘଟଣ। ହାତୀ ଘଉଡ଼ାଇବା ପାଇଁ ଯାଇଥିବା ରେଞ୍ଜର ହାତୀ ଅାକ୍ରମଣର ଶିକାର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ନର୍ଲାର ରେଞ୍ଜର ପ୍ରଶାନ୍ତ ପାଲ ବୋଲି ଜଣା ପଡ଼ିଛି।

ଖବର ଅନୁଯାୟୀ, ରାତିରେ ଦନ୍ତା ହାତୀ ଗାଁରେ ପଶିଥିବା ଲୋକେ ଜଣାଇଥିଲେ। ରବିବାର ସକାଳୁ  ନର୍ଲା ରେଞ୍ଜ ରତନପୁର ଗାଁରେ ହାତୀ ଘଉଡାଇବା ପାଇଁ ଯାଇଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ଆକ୍ରମଣରୁ ବଞ୍ଚିବା ସେ ଦୌଡି ଯିବାକୁ ଚେଷ୍ଟା କରିଥିଲେ ହେଁ ହାତୀଟି ରେଞ୍ଜରଙ୍କ ପଛ ପଟୁ କଚାଡି ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରେଞ୍ଜରଙ୍କ ଏହି ଖବର ଶୁଣି ସ୍ଥାନୀୟ ଲୋକେ ଏବଂ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ