Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଲାମୁଣ୍ଡା କପ ଫୁଟବଲ୍ ଟୁର୍ଣ୍ଣାମେଣ୍ଟଦ୍ୱିତୀୟ ଦିବସ ମ୍ୟାଚ ରେ ବୌଦ୍ଧ ଦଳ ବିଜୟୀ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପୁଟିଗାଁ ସ୍ଥିତ ଚିନା ବାଡ଼ି ପଡିଆ ଠାରେ ରବିବାର କର୍ଲାମୁଣ୍ଡା ଫୁଟବଲ ଟିମ ପକ୍ଷରୁ ଚତୁର୍ଥ କର୍ଲାମୁଣ୍ଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ସୋମବାର ଦ୍ଵିତୀୟ ଦିବସ ମ୍ୟାଚ ରେ ସୋନପୁର ଓ ବୌଦ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏଥିରେ ବୌଦ୍ଧ ଦଳ ବିଜୟୀ ହୋଇଥିଲା।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ କଂଗ୍ରେସ ସଭାପତି ସମୀର ଚାନ୍ଦ,ସମ୍ମାନିତ ଅତିଥି ଭାବେ ଜୋରାଡବରା ସରପଞ୍ଚ କ୍ଷିତିସୁତା ସାହୁ, ସରୋଜ ସାହୁ,ଆୟୋଜକ କମିଟି ର ସଭାପତି ଡୁଲାମଣି ଭୋଇ, ସମ୍ପାଦକ ଦୁର୍ଲ୍ଲଭ ମେହେର ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ,ଖେଳ ପରିଚାଳନା ରେ ରେଫରି ଭାବେ ଚଞ୍ଚଳ ମାଝୀ, ରାଜେଶ କୁମାର, ବିଶେଶ୍ୱର ପଧାନ ଖେଳ ପରିଚାଳନା କରିଥିଲେ। ଫୁଟବଲ ଟିମ ସଦସ୍ୟ ନୀଳମାଧବ ଭୋଇ, ବିରେନସାହୁ,ଅନିଲସାହୁ, ମୁକେଶ କୁମାର ସାହୁ, ସଲଟିବଗର୍ତ୍ତି, ସୀତୁସାହୁ, ବିରୁସାହୁ, ବବଲୁସାହୁ, ଜିତସାହୁ, ବିପିନସାହୁ, ମଣିମେହେର,ନମିତ ସୁନା , ରାଜା ସାହୁ,ତପନ ଛତ୍ରୀଆ ,ଅଭିଷେକ ସାହୁ,ଟୁନା ସାହୁ ପ୍ରମୁଖ ସହଯୋଗ କରିଥିଲେ। ମଙ୍ଗଳବାର ହେବାକୁ ଥିବା ପ୍ରଥମ ସେମିଫାଇନାଲ ମ୍ୟାଚ ଟି ଚିଚର୍ଲା ଓ ବୌଦ୍ଧ ମଧ୍ୟରେ ହେବାକୁ ଥିବା ଆୟୋଜକ କମିଟି ମ୍ୟାନେଜର ମୁକେଶ କୁମାର ସାହୁ ସୂଚନା ଦେଇଛନ୍ତି