ଦୁଇ ଦଫା ଦାବିନେଇ କଳା ବ୍ୟାଚ ପିନ୍ଧି ପ୍ରତିବାଦ କଲେ ଅଗ୍ନିଶମ କର୍ମଚାରୀ


ବୀରମହାରାଜପୁର : (ସୌମିତ୍ରି ମେହେର) ବୀରମହାରାଜପୁର ସଦର ମହକୁମା ଅଗ୍ନିଶମ ସେବା ସଂସ୍ଥାର ଆଗ୍ନିକ ମାନେ ୨ ଦଫା ଦାବି ନେଇ କଳାବ୍ୟାଜ ପରିଧାନ କରି ଆନ୍ଦୋଳନ କରିଛନ୍ତି । ଓଡିଶା ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ସଂଘର ଆହ୍ବାନ କ୍ରମେ ଉକ୍ତ ଆନ୍ଦୋଳନ ସୋମବାର ଠାରୁ ଆରମ୍ଭ ହୋଇଛି । ‌ଅଗ୍ନିଶମ ସେବା ସଂସ୍ଥାର ଆଗ୍ନିକ , ଆଗ୍ନିକ ଗାଡ଼ି ଚାଲକ ଏବଂ ମୁଖ୍ୟ ଆଗ୍ନିକ ପୂର୍ବପରି ଓଡିଶା ପୁଲିସ ସିପାହୀ ଓ ହାବିଲଦାର ଙ୍କ ଦରମାହାର ଓ ଭତ୍ତା ସମାନ କରିବା ଏବଂ ଆଗ୍ନିକ ସେବା ସଂସ୍ଥା କର୍ମଚାରୀ ସଂଘର ସରକାରୀ ପଞ୍ଜିକରଣ ଆଦି ୨ ଦଫା ଦାବିରେ ଏହି ଆନ୍ଦୋଳନ ଆରମ୍ଭ ହେଉଛି । ବୀରମହାରାଜପୁର ଅଗ୍ନିଶମ ସେବା ସଂସ୍ଥାର ଶତ୍ରୃଘନ କିସାନ , କୃଷ୍ଣ ଚନ୍ଦ୍ର ଛୁରିଆ , ସୁଦାମ ବରିହା , ଲକ୍ଷ୍ମଣ ବିଶି , ହିଂମାଶୁ ବାରିକ , ସୁରେନ ପଧାନ , ଅରୁଣ ବେହେରା , ମୋତିଲାଲ ପଧାନ , ରାଜନ ସାହୁ , ସୁଶିଲ ସାହୁ , ଡ୍ରାଇଭର ପ୍ରମୋଦ ନାଗ , ରଘୁବୀର ମିର୍ଦ୍ଧା ପ୍ରମୁଖ ସାମିଲ ହୋଇଛନ୍ତି।