Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୦୪ ପ୍ରହର ନାମଯଜ୍ଞ ପାଇଁ ଶୁଭଖମ୍ବ ସ୍ଥାପନ ଉତ୍ସଵ ଅନୁଷ୍ଠିତ।

କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ଡୋଙ୍ଗରିଗୁଡା ଖେଳ ପଡ଼ିଆ ରେ ଆସନ୍ତା ଫେବ୍ରୁଆରୀ ମାସ ରେ ୧୦୪ ପ୍ରହର ନାମଯଜ୍ଞ ମହାସମାରୋହ ରେ ଅନୁଷ୍ଠିତ ହେବାକୁ ରହିଥିବା ବେଳେ ଗୁରୁବାର ଶ୍ରୀ ଶ୍ରୀ ଶ୍ରୀ ନିତାଇ ଚୈତନ୍ୟ ସଂକୀର୍ତ୍ତନ କଳାକାର ସଙ୍ଘ କୋକସରା ବ୍ଲକ ସଭାପତି ସୁଶୀଳ କୁମାର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନାମଯଜ୍ଞ ପାଇଁ ଶୁଭଖମ୍ବ ସ୍ଥାପନ ଉତ୍ସଵ ଅନୁଷ୍ଠିତ ହୋଇଛି। ଉତ୍ସଵ ର ମୁଖ୍ୟ ପୁରୋଧା ଭାବେ କଳାହାଣ୍ଡି ରାଜ ପରିବାର ର ଯୁବରାଜ ଅର୍କ କେଶରୀ ସିଂଦେଓ, ପତ୍ନୀ ମାଲବିକା ସିଂଦେଓ ଯୋଗଦେଇ ଭୂମି ପୂଜନ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।ଏହା ବ୍ୟତୀତ ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟଯୋଶୀ, ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବାଗ,ସମାଜସେବୀ କେତନ ପାତ୍ର ଉପସ୍ଥିତ ରହିଥିବା ବେଳେ ପୂଜାକର୍ତ୍ତା ଭାବେ କୃତ୍ତିବାସ ଶବର ଓ ତୁଳସା ଶବର ସ୍ବପତ୍ନୀକ ପୂଜାର୍ଚ୍ଚନା ପରେ ରୀତିନୀତି ଅନୁସାରେ ନାମଯଜ୍ଞ ପାଇଁ ଶୁଭଖମ୍ବ ସ୍ଥାପନ କରିଥିଲେ। ଚୈତନ୍ୟ ସଂକୀର୍ତ୍ତନ କଳାକାର ସଙ୍ଘର ସମ୍ପାଦକ ବିଜୟ କୁମାର ପଣ୍ଡା, କୋଷାଧ୍ୟକ୍ଷ ଗଜେନ୍ଦ୍ର ନାଗ,ଦିଲୀପ ଶବର ସୁରେଶ ଶବର,ସୁଦର୍ଶନ ବେହେରା, ଲକ୍ଷ୍ମୀ ନାରାୟଣ ପଣ୍ଡା,କ୍ଷୀରୋଦ ବେହେରା, ଅରୁଣ ଗୋୟଲ, ରବି ନାରାୟଣ ଦାସ ସମେତ କୋକସରା ବ୍ଲକ ର ୨୨ ପଞ୍ଚାୟତ ରୁ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।