Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଣ୍ଡେଲ ଗ୍ରାମରେ ନିଆଁ ଲାଗି ଘରପୋଡି ପାଉଁଶ

କଳାହାଣ୍ଡି, ୧୪/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ମାଣ୍ଡେଲ ପଞ୍ଚାୟତ ମାଣ୍ଡେଲ ଗ୍ରାମର ବଗର୍ତ୍ତି ପଡ଼ା ରେ ଆଜି ଦିନ ୧୨ ଘଣ୍ଟା ସମୟରେ ଅଭିମନ୍ୟୁ ବଗର୍ତ୍ତି ନାମକ ଘରେ କୌଣସି କାରଣ ବଶତଃ ଅଚାନକ ନିଆଁ ଲାଗି ଯାଇଥିଲା ଖବର ପାଇ ସ୍ଥାନୀୟ ଲୋକେ ନିଆଁ କୁ ଆୟତ କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ ଘଟଣା ସ୍ଥଳରେ ସମାଜସେବୀ ଦିଲ୍ଲୀପ ନାଏକ ଓ ସରପଞ୍ଚ ପଦ୍ମ ଲୋଚନ ଜାଲ ପହଞ୍ଚି ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଛି ଏବଂ ସରପଞ୍ଚ ଶ୍ରୀଯୁକ୍ତ ପଦ୍ମ ଲୋଚନ ଜାଲ ଓ ସମାଜସେବୀ ଦିଲ୍ଲୀପ ନାଏକ କ୍ଷତିଗ୍ରସ୍ତ ଅଭିମନ୍ୟୁ ବଗର୍ତ୍ତି ଙ୍କୁ କିଛି ଆର୍ଥିକ ସହାୟତା ପାଇଁ ବ୍ଲକ ପ୍ରଶାସନ କୁ ଅନୁରୋଧ କରିଛନ୍ତି