Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫେବୃଆରୀ ୧୬ ଯୁକ୍ତ ୨ ପରୀକ୍ଷା, ତାରିଖ ଘୋଷଣା କଲା ସିଏଚଏସଇ

ଭୁବନେଶ୍ୱର: ଦଶମ ପରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା । ଏହା ମାର୍ଚ୍ଚ ୨୦ ଯାଏଁ ଚାଲିବ । ଶୁକବ୍ରାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି । ପୂର୍ବ ଘୋଷଣା ଅନୁଯାୟୀ ଜାନୁଆରୀ ୨ରୁ ୧୨ ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ଆୟୋଜିତ ହେବ ।

ଗତ ୧୧ ତାରିଖରେ ସିବିଏସଇ ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ତାରିଖ ଘୋଷଣା ହୋଇ ସାରିଛି । ସେହିପରି ବୁଧବାର ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦଶମ ଶ୍ରେଣୀ ପରୀକ୍ଷା ତାରିଖ ଘୋଷଣା ହୋଇ ସାରିଛି । ଏହି କ୍ରମରେ ଆଜି ସିଏଚଏସଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ତାରିଖ ଘୋଷଣା ହୋଇଛି ।

ସୂଚନାଯୋଗ୍ୟ, ଆସନ୍ତା ଫେବୃଆରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୪ ଯାଏଁ ଚାଲିବ। ୨୯୯୧ କେନ୍ଦ୍ରରେ ୫ ଲକ୍ଷ ୫୧ ହଜାର ୬୧୧ ଜଣ ପିଲା ପରୀକ୍ଷା ଦେବେ। ମାର୍ଚ୍ଚ ୧୫ରୁ ମାଟ୍ରିକା ଖାତା ଦେଖା ଆରମ୍ଭ ହେବ ବୋଲି ବୁଧବାର ସୂଚନା ଦେଇଛନ୍ତି ବୋର୍ଡ ସଭାପତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories