ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଧର୍ମଶାଳା ଯୁକ୍ତଦୁଇ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର , ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ପ୍ରଯୋଜନାରେ ଅନୁଷ୍ଠାନର ନୂଆଁ ଓଡ଼ିଶା , ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହିତ ଚାଲିଛି । “କ୍ରୀଡ଼ା ,ସାମାଜିକ କାର୍ଯ୍ୟକଳାପ ଓ ସଂସ୍କୃତିର ମହାପାର୍ବଣ-୨୦୨୩ ” ନାମରେ ନାମିତ କରା ଯାଇଥିବା ଏହି ଉତ୍ସବରେ ଗୁରୁବାର ଫେସନ୍ ସୋ ପ୍ରତଯୋଗିତା ଅନୁଷ୍ଠିତ ହୋଇଥିଲା । ବିଚାରକ ଭାବରେ ନାଟ୍ୟକାର ଶ୍ୟାମା ଓଁ ପ୍ରସାଦ ମିଶ୍ର , କବି ପ୍ରଭୁଦତ୍ତ ରଥ , କବି ବିଘ୍ନରାଜ ପଣ୍ଡା , ସାମ୍ବାଦିକ ରବୀନ୍ଦ୍ର ହୋତା ଏବଂ ନମିତା ହୋତା ଉପସ୍ଥିତ ଥିଲେ । ତା.୧୫.୧୨.୨୩ ରିଖ ସକାଳ ୧୧.୩୦ ଘଟିକାରେ ଶତାଧିକ ଛାତ୍ରଛାତ୍ରୀଙ୍କର ମିଳିତ ଉଦ୍ୟମରେ ବାର୍ଡ ଏସୋସିଏସନ୍ , ସୁବର୍ଣ୍ଣପୁର ଦ୍ବାରା “ସୁବର୍ଣ୍ଣପୁର ଓ ବିଦେଶାଗତ ପକ୍ଷୀ “ଶୀର୍ଷକରେ ଏକ ଆଲୋଚନା ଚକ୍ର , ପକ୍ଷୀ ଫଟୋ ପ୍ରଦର୍ଶନୀ ଓ ମୋବାଇଲ୍ ଫଟୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅତିଥି ବିଶେଷଜ୍ଞ ଭାବରେ ସିଦ୍ଧାର୍ଥ ପାଣିଗ୍ରାହୀ , ଦିନେଶ କୁମାର ମିଶ୍ର , ପିନାକୀ ପଣ୍ଡା ଓ ନରେନ୍ ମଲ୍ଲିକ ଯୋଗଦାନ କରି ନିଜ ନିଜ ବକ୍ତବ୍ୟ ରଖିଥିଲେ । ନୋଡ଼ାଲ୍ ଅଫିସର ପ୍ରାଧ୍ୟାପକ ଡକ୍ଟର ପୁରୁଷୋତ୍ତମ ମିଶ୍ରଙ୍କ ତତ୍ତ୍ବାବଧାନରେ ଓ ଅନୁଷ୍ଠାନର କ୍ରୀଡ଼ା ଶିକ୍ଷକ ଗୋବିନ୍ଦ ପଧାନ , ପ୍ରାଧ୍ୟାପିକା ନମିତା ରଥ , ପ୍ରଫୁଲ୍ଲ ପାତ୍ର , ପ୍ରାଧ୍ୟାପକ ପ୍ରତୁଳ ତ୍ରିପାଠୀ , କାଶୀନାଥ ମିଶ୍ର , ବିଭୀଷଣ ପଧାନ , ଗଦାଧର ପଧାନ ଓ ନୀଳାମ୍ବର ପଧାନ ପ୍ରମୁଖଙ୍କର ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ରେ ଧର୍ମଶାଳା କଲେଜ ପକ୍ଷରୁ ଫେସନ ସୋ ଓ ବିଦେଶାଗତ ପକ୍ଷୀଙ୍କ ଉପରେ ଆଲୋଚନା
