Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣାକୁ ଗଡ଼ିବ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍

କଳାହାଣ୍ଡି,୧୭/୧୨-କଳାହାଣ୍ଡି ଜିଲ୍ଲାବାସୀଙ୍କୁ ରେଳବିଭାଗର ନୂଆବର୍ଷ ଭେଟି। ଆସନ୍ତା ୨୭ ତାରିଖରୁ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଭବାନୀପାଟଣା ଯାଏଁ ସଂପ୍ରସାରିତ ହେବ। ଏହାଦ୍ବାରା ଜିଲ୍ଲାବାସୀ ବିଶେଷ କରି ବିଶାଖାପାଟଣାକୁ ମେଡିକାଲ କାମରେ ଯାଉଥିବା ଶହଶହ ଲୋକେ ଉପକ୍ରୁତ ହେବେ। ଏପରିକି ବିଶାଖାପାଟଣା ସହିତ ସିଧାସଳଖ ଯୋଗାଯୋଗ ହେବା ପରେ ଆନ୍ଧ୍ର ଓ ତେଲେଙ୍ଗାନାରୁ ଜିଲ୍ଲାକୁ ମାଛ ଓ ଅଣ୍ଡା ରପ୍ତାନୀରେ ଏହା ସହାୟକ ହେବ ବୋଲି କୁହାଯାଉଛି। ଏନେଇ ଜିଲ୍ଲାବାସୀ ଦୀର୍ଘ ଦିନରୁ ଦାବି କରି ଆସୁଥିଲେ। ଯାହାକି ଏବେ ପୂରଣ ହେବାକୁ ଯାଉଛି। ଏହାକୁ ନେଇ ଜିଲ୍ଲାବାସୀ ଖୁସିବ୍ୟକ୍ତ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ