ବରଗଡ: ଶ୍ରୀ ମନ୍ଦିର ନାଟମଣ୍ଡପ ମରାମତି ସଂପର୍କିତ ମାମଲାରେ ହାଇକୋର୍ଟରେ ସୋମବାର ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛନ୍ତି ଆମିକସ୍ କ୍ୟୁରି । ଶ୍ରୀମନ୍ଦିର ଜଗମୋହନ ମରାମତି କାମ ଜାରି ରହିଥିବା ବେଳେ ଏହି ରିପୋର୍ଟ ଦାଖଲ ହୋଇଛି । ଆସନ୍ତା ୧୯ରୁ ୨୧ ମଧ୍ୟରେ ବୈଠକ ଡକାଯାଇଥିବା ସୂଚନା ରହିଛି । ବୈଠକରେ ବିମ୍ ଡିଜାଇନ୍ ଓ ମରାମତି ପ୍ରଣାଳୀ ଆଲୋଚନା ହୋଇଛି । ନାଟମଣ୍ଡପର କାଠ ସିଲିଂ ଭାଙ୍ଗି ଦିଆଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । କାଠ ସିଲିଂ ଭାଙ୍ଗି ଜଗନ୍ନାଥ ମନ୍ଦିର ମ୍ୟୁଜିୟମରେ ସୁରକ୍ଷିତ ରଖାଯାଇଛି । ଜାନୁଆରୀ ୧୮ ତାରିଖରେ ମାମଲା ପରବର୍ତ୍ତୀ ଶୁଣାଣି କରାଯିବ ।
ଉଲ୍ଲେଖନୀୟ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଲେଜର ସ୍କାନିଂ କରାଯାଇଥିଲା । ମନ୍ଦିରର ୩୭ଟି ସ୍ଥାନର ସ୍କାନିଂ ହୋଇଛି । ନାଟମଣ୍ଡପ ବିମ୍ରେ ଥିବା ଫାଟର ମରାମତି କାମ ଆରମ୍ଭ ହୋଇଥିଲା। ମରାମତି କାମ ବର୍ତ୍ତମାନ ପ୍ରାଥମିକ ପର୍ୟ୍ୟାୟରେ ରହିଛି। ଯେଉଁ ଯେଉଁ ଜାଗାରେ ଫାଟ ରହିଛି, ତାର ଅନୁଧ୍ୟାନ କରାଯାଇଛି। ପୂର୍ବପାର୍ଶ୍ଵ ମୁଖ୍ୟ ବିମ୍ ଓ କଲମ୍ରେ ଯେଉଁ ସ୍ଥାନରେ ଫାଟ ରହିଛି, ସେଠାରେ ସପୋର୍ଟିଂ ଦିଆଯିବ। ଏହାର ଡିଜାଇନ୍ ବି ଅନୁମୋଦିତ ହୋଇସାରିଛି ବୋଲି ଏଏସଆଇ ସୁପରିଟେଣ୍ଡେଣ୍ଟ ଡିବି ଗଡ଼ନାୟକ କହିଥିଲେ ।