ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ରଥପୁର ମେହେର ପଡ଼ାରେ ରବିବାର ସନ୍ଧ୍ୟା ସମୟରେ ଏକ ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର ହୋଇଛି । ଗ୍ରାମର ଜଗଦୀଶ ମେହେର ଙ୍କ ବାଡିରେ ଆହତ ଅବସ୍ଥାରେ ଉକ୍ତ ପକ୍ଷୀ ବସିଥିବା ଦେଖିବାକୁ ମିଳିଥିଲା । ପକ୍ଷୀ କୁ ଉଦ୍ଧାର କରି ସ୍ଥାନୀୟ ବନବିଭାଗକୁ ଖବର ଦେଇଥିବା ଜଣାଯାଇଛି। ସ୍ଥାନୀୟ ଲୋକେ ଏହାକୁ ଗରୁଡ଼ ପକ୍ଷୀ ବୋଲି କହୁଛନ୍ତି। ଖବର ପ୍ରଚାରିତ ହେବା ପରେ ଉକ୍ତ ପକ୍ଷୀ କୁ ଦେଖିବାକୁ ଗହଲି ଲାଗିଥିବା ଜଣାଯାଇଛି ।
ରଥପୁର ରୁ ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର ପରେ ବନ ବିଭାଗ କୁ ହସ୍ତାନ୍ତର
