କଳାହାଣ୍ଡି ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପ୍ରତିଭା ପକ୍ଷରୁ ଯୁବ ପ୍ରତିଭା ସଂମାନ ରେ ସଂମ୍ମାନିତ ହେଲେ ସୁଶ୍ରୀ ମନ୍ଦାକିନୀ ବାଣୁଆ


କଳାହାଣ୍ଡି, ୧୮/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପ୍ରତିଭା ପକ୍ଷରୁ ଗତ 14 ରୁ 17 ତାରିଖ ପଯ୍ୟନ୍ତ ନୃତ୍ୟ ସଙ୍ଗମ 2023 ସ୍ଥାନୀୟ ଲାଲ ବହାଦୁର ଶାସ୍ତ୍ରୀ ଷ୍ଟେଡ଼ିଅମ ଠାରେ ଅନୁଷ୍ଠିତ ହୋଇ ଥିଲା 4 ଦିନ ଧରି ବିଭିନ୍ନ କ୍ଷେତ୍ର ରେ ସଫଳ ପ୍ରତିଭା ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା କାଳି ପ୍ରସାଦ ଷଡ଼ଙ୍ଗୀ କୁ ଲୋକ କଳା ରତ୍ନ, ଅଶୋକ ପାତ୍ର ଙ୍କୁ ନାଟ୍ୟ ମୁନି, ଜିତୁ ପଟ୍ଟନାୟକ ଙ୍କୁ ନାଟ୍ୟ ଶ୍ରୀ, ଡ. ଆଶିଷ ମହାପାତ୍ର ଙ୍କୁ ଶିକ୍ଷା ସମ୍ମାନ, ମଞ୍ଜୁଶ୍ରୀ ପଣ୍ଡା ଙ୍କୁ ନାଟ୍ୟ ପ୍ରତିଭା, ଶୁଭମ ମେହେର ଙ୍କୁ ଯୁବ ନାଟ୍ୟକାର, ଚିତ୍ର ସେନ ସ୍ୱାଇଁ ଙ୍କୁ ଯୁବ ସମ୍ମାନ, ଦେବାଶିଷ ସିଂ ଙ୍କୁ ଯୁବ ଶିଳ୍ପୀ ସୁଶ୍ରୀ ମନ୍ଦାକିନୀ ବାଣୁଆ ଙ୍କୁ ଯୁବ ପ୍ରତିଭା ସମ୍ମାନ, ସତ୍ୟବ୍ରତ ଦାସ ଙ୍କୁ ଯୁବ ସଂଗୀତ ଓ ତାପସ ରଞ୍ଜନ ପଟେଲ ଙ୍କୁ ପ୍ରତିଭା ର ଯୁବ ପ୍ରତିଭା ସମ୍ମାନ ରେ ସମ୍ମାନିତ କରାଗଲା ଏତେ କମ ବୟସରେ ସୁଶ୍ରୀ ମନ୍ଦାକିନୀ ବାଣୁଆ ରାଜ୍ୟ ତଥା ରାଜ୍ୟ ବାହାରେ ଆଣ୍ଡାମାନ,ଚୀନ, ଦୁବାଇ ସିମଲା, ଆସାମ, ସିମଲା ଶତାଧିକ ମଞ୍ଚରେ ବଜାଶାଲ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଦର୍ଶକ ମହଲରେ ନିଜପାଇଁ ସୃଷ୍ଟି କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ ଲୋକ ନୃତ୍ୟ କୁ ନିଜର ନିଶା ଭାବେ ପାଥେୟ କରି ସେ ସୃଷ୍ଟି କରିଛନ୍ତି ଅନେକ ନୃତ୍ୟ ଦଳ ଏବଂ ଗଢି ଉଠିଛନ୍ତି ଅନେକ ନୃତ୍ୟ ଶିଳ୍ପୀ ଭବାନୀପାଟଣା ଠାରେ ସୋନି ଡାନ୍ସ ଏକାଡେମୀ ରେ ନୃତ୍ୟ ନିର୍ଦ୍ଧେଶିକା ଭାବେ ଦାଇତ୍ୱ ବହନ କରି ସୁଚାରୁ ରୂପେ ନିଜର କର୍ତ୍ତବ୍ୟ, ନିଷ୍ଠ ଓ ଦକ୍ଷତା ର ପରିଚୟ ଦେଇ ପାରିଛନ୍ତି ସେ ଜଣେ ଭଲ ମଣିଷ , ହେବା ସଙ୍ଗେ ସଙ୍ଗେ ଜଣେ ଶିକ୍ଷୟୀତ୍ରି ସମାଜ ସେବି,ରାଜନେତା ମଧ୍ୟ ଏତେ ବ୍ୟସ୍ତତା ଭିତରେ ଥାଇ ମଧ୍ୟ ସେ ତାଙ୍କର ନୃତ୍ୟ ପ୍ରତି ଥିବା ଭଲ ପାଇବା କୁ କମ କରି ନାହାନ୍ତି ନୃତ୍ୟ କୁ ଏତେ ଭଲ ପାଉଥିବା କଳାକାର, ସଂଗଠିକା, ଓ ନୃତ୍ୟ ନିର୍ଦେଶିକା ଙ୍କୁ ପାଇ ଏ ମାଟି ହୋଇଛି ଧନ୍ୟ ଓ ଗର୍ବିତ ଏହିପରି ଜଣେ କଳାକାର ଙ୍କୁ ସମ୍ବର୍ଦ୍ଧିତ କରି ପ୍ରତିଭା ଅନୁଷ୍ଠାନ ଗର୍ବିତ ବୋଲି ଅନୁଷ୍ଠାନ ର ସଭାପତି ଧ୍ୟାନlନନ୍ଦ ପଣ୍ଡା କହିଥିଲେ l