Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁରୁଣାପାଟଣା ଉନ୍ନୀତ ଉଚ୍ଚବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଙ୍କ ନାମରେ ଥାନାରେ ମାମଲା

ଗୋପାଳପୁର,୨୦/୧୨(ନିପ୍ର)
ନକଲି ସାର୍ଟିଫିକେଟ ରେ ଚାକିରି କରୁଥିବା ଜଣେ ହିନ୍ଦୀ ଶିକ୍ଷକ ବିରୋଧ ରେ ଶିକ୍ଷା ବିଭାଗ ପକ୍ଷରୁ ଗୋଳନ୍ଥରା ଥାନାରେ ଏତଲା ଦିଆଯାଇଛି।ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ହିନ୍ଦୀ ଶିକ୍ଷକ ଭାବେ ବିନୋଦ ବିହାରୀ ଜେନା ଚାକିରି କରି ଆସୁଥିଲେ ।ଏହା ପୂର୍ବରୁ ସେ କେଁଉଝର ଜିଲ୍ଲା ଆନନ୍ଦପୁର ଥାନା ସୁଲଣା ଗ୍ରାମର ତାଙ୍କର ପ୍ରାରମ୍ଭିକ ନିଯୁକ୍ତି ହୋଇଥିଲା। ନିଯୁକ୍ତି ସମୟରେ ସେ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍, ଓଡିଶା, କଟକ ଦ୍ଵାରା ଜାରି ହିନ୍ଦୀ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଦାଖଲ କରିଥିଲେ। ଏହା ମଧ୍ୟରେ ତାଙ୍କର ସାର୍ଟିଫିକେଟ୍ ର ସତ୍ୟତା ସମ୍ପର୍କରେ ଅଭିଯୋଗ ପାଇବା ପରେ ବିଭାଗ ପକ୍ଷରୁ ସାର୍ଟିଫିକେଟ ଯାଞ୍ଚ ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡକୁ ଅବଗତ କରାଯାଇଥିଲା | ସହକାରୀ ସଚିବ (CRR), ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍, ଓଡିଶା ପକ୍ଷରୁ ଗତ ମାସ ୯ ତାରିଖର ଚିଠି ନଂ୨୨୦୬ କୁ ଆଧାର କରି ବିନୋଦ ଙ୍କ ହାଇସ୍କୁଲ ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍ ଯାଞ୍ଚ କରାଯାଇଛି। ଯାଞ୍ଚ ପରେ ନକଲି ବୋଲି ଜଣାପଡ଼ିଥିଲା। ଏହା ନେଇ ଶ୍ରୀ ଜେନାଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ୧୫ ଦିନିଆ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଶ୍ରୀ ଜେନାଙ୍କ ପକ୍ଷରୁ କୌଣସି ଉତ୍ତର ଦାଖଲ କରାଯାଇ ନାହିଁ। ଏଣୁ ବ୍ରହ୍ମପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଚିଠି ଅନୁସାରେ ପୁରୁଣାପାଟଣା ହାଇସ୍କୁଲ ପ୍ରଧାନ ଶିକ୍ଷକ ଗୋକୁଳକ୍ରିଷ୍ଣା ପଣ୍ଡା ଙ୍କ ପକ୍ଷରୁ ଗୋଳନ୍ଥରା ଥାନାରେ ଆଜି ବିନୋଦ ଙ୍କ ନାମରେ ଲିଖିତ ଅଭିଯୋଗ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ