Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନୁଭବ-ବର୍ଷା ମାମଲା: ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଲେ ହାଇକୋର୍ଟ, ଅଲଗା ହେବେ ଚର୍ଚ୍ଚିତ ଦମ୍ପତି

କଟକ: ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲାକୁ ନେଇ ଆସିଛି ବଡ ଖବର । ବହୁ ଆଇନ କାନୁନ ପେଂଚ, ତର୍କ ବିତର୍କ ଓ ଶୁଣାଣି ପରେ ଶୁଣାଣି ଦୀର୍ଘ ସମୟ ପରେ ଶେଷରେ ଏହି ହାଇପ୍ରୋଫାଇଲ ଦମ୍ପତି ମାମଲାରେ ରାୟ ପ୍ରକାଶ ପାଇଛି । ବିବାହ ବିଚ୍ଛେଦ ପାଇଁ ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟ ଗୁରୁବାର ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ପରିବାର ଅଦାଲତଙ୍କ ରାୟକୁ ମଧ୍ୟ ଉଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି । ପୂର୍ବରୁ ବିଚ୍ଛେଦ ଆବେଦନକୁ ପରିବାର ଅଦାଲତ ଅଗ୍ରାହ୍ୟ କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ପତ୍ନୀ ବର୍ଷା ଦାମ୍ପତ୍ୟ ଜୀବନ ପୁନଃସ୍ଥାପନ ପାଇଁ କରିଥିବା ଆବେଦନକୁ ପରିବାର ଅଦାଲତ ଖାରଜ କରିଥିଲେ ମଧ୍ୟ ଅନୁଭବଙ୍କୁ ଛାଡ଼ପତ୍ର ମଞ୍ଜୁର କରି ନଥିଲେ। ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଅନୁଭବ ଦାୟର କରିଥିବା ଆବେଦନକୁ ମଧ୍ୟ ପରିବାର ଅଦାଲତ ଖାରଜ କରିଥିଲେ। ଏହା ପରେ ପରିବାର ଅଦାଲତର ରାୟକୁ ଚାଲେଞ୍ଜ କରି ଅନୁଭବ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ରାୟକୁ ରଦ୍ଦ କରାଯାଇ ତାଙ୍କ ଛାଡ଼ପତ୍ର ଆବେଦନକୁ ମଞ୍ଜୁର କରାଯାଉ ବୋଲି ଅନୁଭବ ଦାବି କରିଥିଲେ । ଆଉ ତାଙ୍କର ଆବେଦନକୁ ହାଇକୋର୍ଟ ଗ୍ରହଣ କରି ଆଜି ରାୟ ଶୁଣାଇଛନ୍ତି । ଉଚ୍ଚ ନ୍ୟାୟାଳୟ ବିବାହ ବିଚ୍ଛେଦକୁ ଅନୁମତି ପ୍ରଦାନ କରିଛନ୍ତି । ଫଳରେ ଦୀର୍ଘ ବର୍ଷ ଧରି ଜାରି ରହିଥିବା ଏହି ମାମଲାର ଶୁଣାଣି ଉପରେ ପୂର୍ଣ୍ଣଛେଦ ପଡିଛି । ଶେଷରେ ଅଲଗା ହେବାକୁ ଯାଉଛନ୍ତି ଅନୁଭବ ଓ ବର୍ଷା ।

ସୂଚନାଯୋଗ୍ୟ, ୨୦୧୪, ଫେବ୍ରୁଆରି ୮ରେ ଅନୁଭବ ବର୍ଷାଙ୍କୁ ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ଦମ୍ପତିଙ୍କ ମଧ୍ୟରେ ମଧ୍ୟରେ ବିବାଦ ଦେଖା ଦେବାରୁ ଅନୁଭବ ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ସେ ଛାଡ଼ପତ୍ର ପାଇଁ ୨୦୨୦ରେ ପିଟିସନ୍ ଦାଖଲ କରିଥିଲେ। ଅନୁଭବ ଦାୟର କରିଥିବା ଆବେଦନକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆଉ ୨୦୨୧ ମାର୍ଚ୍ଚ ୫ରେ ସୁପ୍ରିମକୋର୍ଟ ଅନୁଭବଙ୍କ ସହମତିକୁ ବିଚାରକୁ ନେଇ ବର୍ଷାଙ୍କ ଟ୍ରାନ୍ସଫର ପିଟିସନକୁ ଅନୁମତି ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ