Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୃପାସିନ୍ଧୁ ହାଇସ୍କୁଲର ୬୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି, ୨୨/୧୨ (ଜଗନ୍ନାଥ ନାଏକ) : ଅଞ୍ଚଳର ସର୍ବ ପୁରାତନ ଚାରବାହାଲ କୃପାସିନ୍ଧୁ ହାଇସ୍କୁଲର ୬୩ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ମୂଖ୍ୟ ଅତିଥି ଭାବେ ବିଦ୍ୟାଳୟର ଅବସରପ୍ରାପ୍ତ ବରିଷ୍ଠ କିରାଣୀ ଶ୍ରୀ ସୁରେଶ ଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ଭାବେ ସମାଜସେବୀ ମୀନକେତନ ଦଳପତି, ସମ୍ମାନୀତ ଅତିଥି ଭାବେ ସୁରେନ୍ଦ୍ର ମୋହନ କର ,ଅନ୍ୟତମ ସମ୍ମାନୀତ ଅତିଥି ଭାବେ ସମାଜସେବୀ ରଜନୀକାନ୍ତ ସମର୍ଲିଆ , ହିନ୍ଦୀ ଶିକ୍ଷକ ଭଜମନ ସାଗର ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବରାଜ ଗହିର ସଭାପତିତ୍ବ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶିକ୍ଷକ ଜଗଦୀଶ ପ୍ରସାଦ ସାହୂ ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ବିଘ୍ନ ବିନାଶକ ଗଣେଶଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଛାତ୍ରଛାତ୍ରୀ ଙ୍କ ଦ୍ବାରା ପ୍ରାରମ୍ଭିକ ନୃତ୍ୟ ପରିବେଷଣ କରାଯାଇଥିଲା। ବାର୍ଷିକ ଉତ୍ସବ ପାଳନ ଅବ୍ୟବହିତ ପୂର୍ବରୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ନିଜ ଉଦବୋଧନରେ ଭବିଷ୍ୟତରେ କଠିନ ପରିଶ୍ରମ କରି ଉନ୍ନତ ମାନର ଫଳାଫଳ ଦ୍ଵାରା ସୁନାମ ଅର୍ଜନ କରିବା ସହିତ ସମାଜ ଓ ଦେଶର ସୁନାଗରିକ ଭାବେ ନିଜକୁ ଗଢ଼ି ତୋଳିବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଜଗଦୀଶ ପ୍ରସାଦ ସାହୂ,ଭଜମନ ସାଗର, ବୈଦ୍ୟନାଥ ନାଏକ , ସତ୍ୟଜିତ ମହାନ୍ତି, ଧର୍ମେନ୍ଦ୍ର ଶବର, ରଶ୍ମୀ ରେଖା କଛପାଲ, ସସ୍ମିତା ବେହେରା, ମନ୍ଥରା ରମେଶ ଓ ମନ୍ଥରା ଜଗନ୍ନାଥ , ନବକିଶୋର ବଣିଆ ଓ ଜିତେନ୍ଦ୍ର ମେହେରଙ୍କ ସମେତ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ମୁକ୍ତେଶ୍ଵର ନାଏକ ତଥା ଅନ୍ୟ ସହକର୍ମୀ ଯୋଗଦେଇଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉତ୍ସାହର ସହ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ , ଅଭିଭାବକ ମହଲରେ ମଧ୍ୟ ବେଶ୍ ଉତ୍ସାହ ଦେଖା ଯାଇଥିବା ପରିଲକ୍ଷିତ ହୋଇଥିଲା।