ବାଘପାଲି ପ୍ରସିଦ୍ଧ ବକୁଳ ଯାତ୍ରା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ପଞ୍ଚାୟତ ବାଘପାଲି ବକୁଳ ମହୋତ୍ସବ ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଟ୍ରଷ୍ଟର ସଭାପତି ରାଜେନ୍ଦ୍ର ପ୍ରସାଦ ପାଢ଼ୀ ସଭାପତିତ୍ୱ କରିଥିଲେ l ଟ୍ରଷ୍ଟର ସମ୍ପାଦକ ମକୁନ୍ଦ ଧରୁଆ ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ l ଗତ ବର୍ଷର ଦାୟିତ୍ୱ ବଣ୍ଟନ ଉପରେ ଆଲୋଚନା ହୋଇ ପୂର୍ବ ବର୍ଷ ପରି ଦାୟିତ୍ୱ ପ୍ରଦାନ କରାଯାଇଥିଲା l ଏଥିରେ ସମସ୍ତ ସଦସ୍ୟ ସହମତି ପ୍ରକାଶ କରିଥଲେ l ଚଳିତ ବର୍ଷ କିଭଳି ଭାବରେ ମହୋତ୍ସବକୁ ଶାନ୍ତି ଶୃଙ୍ଖଳାରେ ସମପନା ହେବ ସେଥିପ୍ରତି ଆଲୋଚନା କରିଥିଲେ ଏବଂ ସମସ୍ତ ଭକ୍ତ ସୁବିଧାରେ ପ୍ରସାଦ ସେବନ କରିପାରିବେ ସେଥିପ୍ରତି ମଧ୍ୟ ଆଲୋଚନା କରିଥିଲେ l ଶେଷରେ ସଭାପତିଙ୍କ ନିର୍ଦ୍ଦେଶ ଅନୁଶାରେ ସଭା ସାଙ୍ଗ କରାଗଲା l ବୈଠକରେ ସମାରୁ ବଗର୍ତ୍ତୀ , ରଂଜିତ ଦେହେରି , ନେହେରୁ ପଧାନ, ସତ ବଗର୍ତ୍ତୀ , ଜାନକୀ ଦେହେରି , ନରସିଂହ ପଧାନ , ଅବିଷେକ ଅମାତ, ମାଗି ପଧାନ , ପଦ୍ମନାଭ ପଣ୍ଡା , ଦୁର୍ବାଦଳ ବାରିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ l