ବୀରମହାରାଜପୁର : ବୀରମହାରାଜପୁର ଉପଖଣ୍ଡ ର ଉଭୟ ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍କୁଲ ରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି I ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ସ୍ଥିତ ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ ଠାରେ ଶ୍ରୀ ନିବା ରାମନୁଜନଙ୍କ ଜନ୍ମ ଦିବସ ଅବସରରେ ଜାତୀୟ ଗଣିତ ଦିବସ ପାଳିତ ହୋଇ ଯାଇଛି । ଉକ୍ତ ଦିବସ ଉପଲକ୍ଷେ ଆୟୋଜିତ ସଭାରେ ଗଣିତ ଶିକ୍ଷକ ଦୀନବନ୍ଧୁ ପଧାନ ଅଧକ୍ଷତା କରିଥିଲେ I କେନଝିରିଆପାଲି କ୍ଲଷ୍ଟର ସି ଆର ସି ସି ବିନୟ କୁମାର ବିଶ୍ୱାଳ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇ ରାମାନୁଜନ ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠିତ ସଭା ରେ ସ୍କୁଲ ର ପ୍ରଧାନ ଶିକ୍ଷକ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ , କର୍ମଚାରି ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ତାହା ସହିତ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଚାରି ଜଣ ଛାତ୍ର ଛାତ୍ରୀ ଅଞ୍ଜଳୀ ସାହୁ , ପ୍ରଣବ ପଧାନ , ମିନାକ୍ଷୀ ସାହୁ , ଶେଷଦେବ ବିଶିଙ୍କୁ ପୁରସ୍କୁତ କରା ଯାଇଥିଲା l ପ୍ରମୋଦ କୁମାର ପାତ୍ର ସଭା ପରିଚାଳନା କରିଥିବା ବେଳେ ଜିଵର୍ଦ୍ଧନ ରଣା ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ବାଗବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ସୁବଳୟା ହାଇସ୍କୁଲ , ଖଣ୍ଡହତା ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ , ମୁର୍ଷୁଣ୍ଢୀ ରବିନ୍ଦ୍ର ନାଥ ହାଇସ୍କୁଲ ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି ।
ବୀରମହାରାଜପୁର ର ବିଭିନ୍ନ ବିଦ୍ୟାଳୟ ରେ ଜାତୀୟ ଗଣିତ ଦିବସ ପାଳିତ
