ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡ଼ଖମାର ସ୍ଥିତ ୧୦ ତମ ଲାଲ ବାହାଦୁର କ୍ରିକେଟ କପ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ଯୋଗଦେଇଥିଲେ I ଜିଲ୍ଲା ଏନଆଇସିଇଟି ଡିରେକ୍ଟ ରମଣ କୁମାର ପଧାନ ଓ ଆଶିଷ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ଏଥିରେ ୧୬ ଗୋଟି ଦଳ ଅଂଶଗ୍ରହଣ କରୁଥିବା ବେଳେ ପ୍ରଥମ ଦିବସରେ ଚନ୍ଦଲି ଓ ଲୁଦୁମୁଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ୧୦ ଅଭର ବିନିମୟରେ ଲୁଦୁମୁଣ୍ଡା ଉପଯୁକ୍ତ ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ଦ୍ବିତୀୟ ମ୍ୟାଚ ଚମ୍ପାମାଲ ଓ ରକସା ମଧ୍ୟରେ ଆୟୋଜିତ ହୋଇଥିବା ବେଳେ ରକସା ଦଳ ୧୦ ଅଭର ଖେଳି ୭୩ ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ତୃତୀୟରେ ରକସା ସହ ଲୁଦୁମୁଣ୍ଡା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଲୁଦୁମୁଣ୍ଡl ଦଳ ଉପଯୁକ୍ତ ରନ ସଂଗ୍ରହ କରି ସେମିଫାଇନାଲରେ ପ୍ରବେଶ କରିଥିଲା । ଏଥିରେ ସଞ୍ଜିବ ସାହୁ , ସଚ୍ଚିଦାନନ୍ଦ ମହାକୁର ଓ ପୂର୍ଣ୍ଣ ଚନ୍ଦ୍ର ନାଏକ ଖେଳ ପରିଚାଳନା କରିଥିବା ବେଳେ ଚନ୍ଦନ ବାରିକ ଓ ଦୀପକ ଭୋଇ ସ୍କୋର ଦାଇତ୍ୱ ତୁଲାଇଥିଲେ । ଯୁବକ ସଂଘର ସଭାପତି ଆମ୍ବରୀଶ ବାରିକ ଧାରା ବିବରଣୀ ପ୍ରଦାନ କରିଥିଲେ । ଲାଲା ବାହାଦୁର ଯୁବକ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।
ଲାଲ ବାହାଦୁର କ୍ରିକେଟ କପ ଉଦଘାଟିତ
