Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁରୀ ଶ୍ରୀମନ୍ଦିରକୁ ସୁରକ୍ଷା ଦେବେ ସ୍ଵତନ୍ତ୍ର ବାଟାଲିୟନ, ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଦେଶର କୋଣ ଅନୁକୋଣରୁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ ଦିଆ ସରିଲାଣି। ଉଦଘାଟନ ଉତ୍ସବରେ ପୁରୀରେ ଦୈନିକ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଯାଉଛି। ଏହିକ୍ରମରେ ପୁରୀ ଶ୍ରୀମନ୍ଦିରର ସୁରକ୍ଷାକ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏବେ ପୁରୀ ଶ୍ରୀମନ୍ଦିରକୁ ସୁରକ୍ଷା ଦେବେ ସ୍ଵତନ୍ତ୍ର  ବାଟାଲିୟନ। ନିରାପତ୍ତା ବାଟାଲିୟନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଏହି ବାଟାଲିୟନରେ ୧୧୯୦ ଜଣ ସୁରକ୍ଷା କର୍ମୀ ରହିବେ । ପୁରୀ ଏସ୍‌ପିଙ୍କ ଅଧିନରେ ଏହି ବାଟାଲିୟନ ରହିବ। 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ସେହିପରି ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ଖୁବଶୀଘ୍ର ଶୃଙ୍ଖଳା ଆସିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ। ସେ କହିଛନ୍ତି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର। ଶ୍ରୀମନ୍ଦିରର ସୁରକ୍ଷା ସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଦାୟିତ୍ୱରେ ସ୍ବତନ୍ତ୍ର ବାଟାଲିୟନ ନିୟୋଜିତ ହେବା ସ୍ବାଗତଯୋଗ୍ୟ ପଦକ୍ଷେପ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ