ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ସ୍ଥିତ ହାଇସ୍କୁଲ ଖେଳ ପଡ଼ିଆରେ ହେଉଥିବା ୨୭ତମ ସର୍ବଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ ର ସୋମବାର ଥିଲା ଚତୁର୍ଥ ଦିବସ । ସୋମବାର ମ୍ୟାଚ୍ ଟି ଏନଏନଏସ କ୍ରିକେଟ ଏକାଡେମି ପ୍ରୟାଗରାଜ ଓ ସ୍ପାର୍ଟନ ଭୁବନେଶ୍ଵର ମଧ୍ୟରେ ହୋଇଥିଲା । ମ୍ୟାଚ ଟି ଟି -୨୦ ଓ ଟି -୧୦ ଫର୍ମାଟ ରେ ହୋଇଥିଲା । ପ୍ରୟାଗରାଜ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଫର୍ମାଟ ରେ ନିର୍ଦ୍ଧାରିତ ୨୦ ଓଭର ରେ ୭ ଉଇକେଟ ହରାଇ ୧୫୪ରନ କରିଥିଲା। ଦଳର ନିଶାନ୍ତ ସିଂ ୪୫ ଓ ଦୀପଙ୍କର ସିଂ ୩୪ ରନ କରିଥିବା ବେଳେ ବିପକ୍ଷ ଭୁବନେଶ୍ୱର ର ବିଶାଳ କର ୩ ଟି ଉଇକେଟ ନେଇଥିଲେ । ଜବାବରେ ଭୁବନେଶ୍ଵର ଦଳ ୧୯.୪ ଓଭର ରେ ସମସ୍ତ ଉଇକେଟ ହରାଇ ୧୩୩ରନ କରିଥିଲା। ଦଳର ରୋନାଲ୍ଡ ଦାସ ୫୬ରନ କରିଥିବା ବେଳେ ପ୍ରୟାଗରାଜ ର ଦୀପଙ୍କର ସିଂ ୩ଟି ଉଇକେଟ ନେଇଥିଲେ। ଦ୍ଵିତୀୟ ଫର୍ମାଟ ରେ ପ୍ରୟାଗରାଜ ନିର୍ଦ୍ଧାରିତ ୧୦ ଓଭର ରେ ୫ ଉଇକେଟ ହରାଇ ୧୩୩ରନ କରିଥିଲା । ଦଳର ସୌରଭ ଶୁକ୍ଲା ୭୪ରନ କରିଥିବା ବେଳେ ବିପକ୍ଷ ଭୁବନେଶ୍ୱର ର ବିଶାଳ କର ଓ ଗୌରବ ରାଉତ ଦୁଇଟି ଲେଖାଏଁ ଉଇକେଟ ନେଇଥିଲେ । ଜବାବରେ ଭୁବନେଶ୍ଵର ଦଳ ନିର୍ଦ୍ଧାରିତ ୧୦ ଓଭର ରେ ୯ ଉଇକେଟ ହରାଇ ୯୯ରନ କରିଥିଲା । ଦଳର ଅଶ୍ଵିନୀ ମହାପାତ୍ର ୩୦ରନ କରିଥିବା ବେଳେ ବିପକ୍ଷ ପ୍ରୟାଗରାଜ ର କ୍ରିଷ୍ଣା ସରୋଜ , ଏମଡି ଉମର , ନିଶାନ୍ତ ସିଂ ଓ ବିକାଶ ଯାଦବ ୨ଟି ଲେଖାଏଁ ଉଇକେଟ ନେଇଥିଲେ। ଉଭୟ ଫର୍ମାଟ ରେ ବିଜୟୀ ହୋଇ ପ୍ରୟାଗରାଜ ଦଳ ମ୍ୟାଚ୍ କୁ ଜିଣି ପ୍ରଥମ ଦଳ ଭାବେ ଫାଇନାଲ ରେ ପ୍ରବେଶ କରିଛି । ପୀତାମ୍ବର ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବ ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ମୁଖ୍ୟ ଅତିଥି ଏବଂ ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଡ଼. ଇପସିତା ପ୍ରିୟଦର୍ଶନୀ ମିଶ୍ର ଓ ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟ ନନ୍ଦ ସମ୍ମାନିତ ଅତିଥିଭାବେ ଯୋଗଦେଇ ପ୍ରୟାଗରାଜ ର ଦୀପଙ୍କର ସିଂ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ । ମ୍ୟାଚ ଟି କୁ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ତପନ ବେହେରା ଓ ବିଶ୍ୱଜିତ ପୁରୋହିତ ପରିଚାଳନା କରିଥିବା ବେଳେ ବାଙ୍କା ବିହାରୀ ମହାକୁର ସ୍କୋରିଙ୍ଗ ଏବଂ ମ୍ୟାକମିଲନ ମହାକୁର ଧରାବିବରଣୀ ପ୍ରଦାନ କରିଥିଲେ।
ସର୍ବ ଭାରତୀୟ ଲୁତୁରପଙ୍କ କ୍ରିକେଟ କପ୍ ର ଚତୁର୍ଥ ଦିବସରେ ପ୍ରୟାଗରାଜ ଫାଇନାଲ ରେ ପ୍ରବେଶ
