Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଶାଲ ଯାତ୍ରାରେ ଦୁଲୁକିଲା ଦଣ୍ଡପାଟ ଷଷ୍ଠ ବର୍ଷରେ ଦଣ୍ଡପାଟ ଧନୁଯାତ୍ରା,ବେହେରା ହେଲା ମଥୁରା ନଗରୀ, ଚାଲିବ କଂସଙ୍କ ରାଜୁତି।

କୋକସରା,୨୬।୧୨:କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ହାଇସ୍କୁଲ ପଡିଆଠାରେ ଷଷ୍ଠ ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ ସୋମବାର ଉଦଘାଟିତ ହୋଇଯାଇଛି। ମଧ୍ୟାହ୍ନରେ ଗ୍ରାମ୍ୟଦେବୀ ଦନ୍ତେଶ୍ୱରୀଙ୍କ ପୂଜନ ପୂର୍ବକ ମନ୍ଦିରରୁ ଏକ ଭବ୍ୟ ମଶାଲଯାତ୍ରା ବାହାରି ଗ୍ରାମ ପରିକ୍ରମା କରିଥିଲା। ଧର୍ମଗଡ଼ ବିଧାୟକ ମୌଷଧି ବାଗ, ବେହେରା ସରପଞ୍ଚ କୁମୁଦିନୀ ଗଇଁନ୍ତା , ସମିତି ସଭ୍ୟ କିଶୋର ଚନ୍ଦ୍ର ନାଗ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଳରାମ ପୁଝାରି, ପୂର୍ବତନ ସରପଞ୍ଚ ପ୍ରଶାନ୍ତ ତିୱାରୀ, ଗୌର ଚନ୍ଦ୍ର ବାଗ, ଦଣ୍ଡପାଟ ମହିଳା ମଣ୍ଡଳ ତଥା ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏହି ମଶାଲ ଯାତ୍ରାରେ ସାମିଲ ହୋଇଥିଲେ। କୋରାପୁଟର ଢେମସା ନୃତ୍ୟ ଓ ଆଦିବାସୀ ଲୋକନୃତ୍ୟରେ ଦୁଲୁକି ଯାଇଥିଲା ଦଣ୍ଡପାଟ ଅଂଚଳ। ପ୍ରଥମ ସନ୍ଧ୍ୟାରେ ଧର୍ମଗଡ଼ ଜୋନ ୨ ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ପ୍ରସାଦ ଜୁଏଜ ମୁଖ୍ୟ ଅତିଥି ଭାବରେ କଂସଙ୍କ ଦରବାରରେ ଉପସ୍ଥିତ ହୋଇ ଆୟୋଜକ କମିଟିକୁ ପ୍ରଶଂସା କରିଥିଲେ। ଦଣ୍ଡପାଟର ଯୁବକମାନଙ୍କ ପ୍ରବଳ ଇଚ୍ଛାଶକ୍ତି ଧନୁଯାତ୍ରାକୁ ବିକାଶର ଯାତ୍ରାରେ ପରିଣତ କରିଦେଇଛି, ଏହି ମଞ୍ଚରେ ନେତାମନ୍ତ୍ରୀ ତଥା ପ୍ରଶାସନିକ ଅଧିକାରୀଙ୍କୁ ନିମନ୍ତ୍ରଣ କରି ଅଂଚଳର ବିଭିନ୍ନ ସମସ୍ୟା ଉପସ୍ଥାପନ ପୂର୍ବକ ସମାଧାନର ପ୍ରତିଶ୍ରୁତି ସାଉଁଟି ଧନୁଯାତ୍ରାକୁ ଦଣ୍ଡପାଟର ଗଣଉତ୍ସବରେ ପରିଣତ କରିଦେଇ ଥିବାରୁ ଯୁବ ପିଢ଼ିକୁ ଧନ୍ୟବାଦ ଜଣାଇଥିଲେ। ମୂଖ୍ଯ ବକ୍ତା ଭାବରେ ବଣ୍ଟି ତିୱାରୀ ଯୋଗଦେଇଥିବା ବେଳେ ଶିକ୍ଷକ ଭକ୍ତ ଚରଣ ଭୋଇ, ନାଏବ ସରପଂଚ ଟିକେଶ୍ବର ଗୋପାଳ ମଞ୍ଚାସୀନ ହୋଇଥିଲେ। ପ୍ରଥମ ସନ୍ଧ୍ୟାରେ ଉଗ୍ରେସନଙ୍କୁ ଗାଦିଚ୍ୟୁତ ଓ କଂସଙ୍କ ରାଜ୍ୟାଭିଷେକ ମଂଚସ୍ଥ ହୋଇଥିଲା। ଆୟୋଜକ କମିଟିର ସଭାପତି ବାଳକୃଷ୍ଣ ବିଶି, ସମ୍ପାଦକ କାହ୍ନା ଭୋଇ, କୋଷାଧ୍ୟକ୍ଷ ଭବାନୀ ବାରିକ, ବିନ୍ଦୁସାର ବିଶି, ତ୍ରିଲୋକ ସିଂହ, ଉପେନ୍ଦ୍ର ନାଏକ,ଭବେଶ ଗଇଁତା, କ୍ଷୀରସିନ୍ଧୁ ବାଗ, କ୍ଷୀରସିନ୍ଧୁ ବାଣୁଆ, ଇଶ୍ବର ବାଣୁଆ, ଚନ୍ଦ୍ରକାନ୍ତ ରଣା, ଅଭୟ ସିଂହ ରାଜପୁତ, ଭିକାରୀ ଚରଣ ଗୋପାଳ, ଭୁଜବଳ ନାଏକ, ସୁଶୀଲ ଚନ୍ଦ୍ର ନାଗ, ଲଳିତ ବାଣୁଆ, ରଜନୀକାନ୍ତ ନାଏକ ସମେତ ଅନ୍ୟାନ୍ୟ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ। ଏହି ମହୋତ୍ସବ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ମୀନାବଜାର ସମେତ ରଂଗବେରଂଗୀ ଆଲୋକମାଳା, ସାଜସଜ୍ଜା ଓ କଂସଙ୍କ ଚମତ୍କାର ଅଭିନୟ ହଜାର ହଜାର ଦର୍ଶକଙ୍କୁ ଆକୃଷ୍ଟ କରୁଥିବା ଦେଖିବାକୁ ମିଳିଛି।