ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ର ଭବ୍ଯ ପ୍ରତିଷ୍ଠା ପାଇଁ ପାତଳୀ ଶ୍ରୀ କ୍ଷେତ୍ର ପହଞ୍ଚିଲା ନିମନ୍ତ୍ରଣ


ବୀରମହାରାଜପୁର : (ସୌମିତ୍ରି ମେହେର) ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ର ଭବ୍ୟ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ରେ ଯୋଗ ଦେବା ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ରେ ପହଞ୍ଚିଲା ନିମନ୍ତ୍ରଣ । ପୁରୀ ଶ୍ରୀମନ୍ଦିର ରୁ ପାତାଳୀ ଶ୍ରୀକ୍ଷେତ୍ର କୁ ଶ୍ରୀମନ୍ଦିର ପ୍ରତିନିଧି ଦଳ ନିମନ୍ତ୍ରଣ ନେଇ ଆସିଥିଲେ । ଆସନ୍ତା ଜାନୁୟାରୀ ୧୭ ତାରିଖରେ ଓଡିଶାର ଆରାଧ୍ୟ ଠାକୁର ଶ୍ରୀମନ୍ଦିର ର ଭବ୍ୟ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ କାର୍ଯ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ଶ୍ରୀମନ୍ଦିର ପ୍ରତିନିଧି ଦଳ ଙ୍କୁ ଆଜି ପାତାଳୀ ଶ୍ରୀକ୍ଷେତ୍ର ମୁଖ୍ୟଦ୍ଵାର ଠାରେ ସ୍ଵାଗତ କରାଯାଇଥିଲା । ଶଙ୍ଖ , ହରିବୋଲ ହୁଳହୁଳି , ସଂକୀର୍ତ୍ତନ ଦଳ ମାଧ୍ୟମରେ ନାମ ସଂକୀର୍ତ୍ତନ କରି ସ୍ୱାଗତ କରାଯାଇଥିଲା । ବିଡିଓ ବିକାଶ କୁମାର ମହାନ୍ତି ଙ୍କ ନେତୃତ୍ବରେ ଏହି ଶ୍ରୀମନ୍ଦିର ପ୍ରତିନିଧି ଦଳ ରେ ସେବାୟତ ରାଜକିଶୋର ପଣ୍ଡା , ଲୋକନାଥ ଖୁଣ୍ଟିଆ , ଜଗବନ୍ଧୁ ମହାଶ୍ଵରା ପାତାଳୀ କ୍ଷେତ୍ର କୁ ନିମନ୍ତ୍ରଣ ଦେଇ ଆସିଥିଲେ । ଏହି ଅବସରରେ ଆଜି ବୀରମହାରାଜପୁର ଉପଜିଲ୍ଲାପାଳ ଲଳାଟେନ୍ଦୁ ସିଂ ଓ ଉଲୁଣ୍ଡା ତହସିଲଦାର ଦିଲ୍ଲୀପ କୁମାର ମାଝୀ , ଲୋକ ସଂପର୍କ ଅଧିକାରୀ ଅଶ୍ଵିନୀ ଭୋଇ , ଟ୍ରଷ୍ଟ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ପାଢୀ ଙ୍କ ସହ ଗ୍ରାମବାସୀ , ଅଞ୍ଚଳବାସୀ , ବହୁ ସଂଖ୍ୟକ ଭକ୍ତ ବୃନ୍ଦ ଉପସ୍ଥିତ ଥିଲେ ।