ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାରେ ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହୋଇଯାଇଛି l ଗ୍ରାମିଣ ବିକାଶ କ୍ରିୟା ନୁଷ୍ଠାନ କମିଟି ସଭାପତି ଋଷି କୁମାର ପଟେଲଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ସଭାକୁ ବରଗଡ଼ ର ବିଶ୍ଵ ମଞ୍ଚର କଂସ କଳାକାର ହୃଷୀକେଶ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଉଦଘାଟନ କରିଥିଲେ l ବକ୍ତା ଭାବରେ ଐତିହାସିକ ସୁଦାମ ଚରଣ ନାୟକ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ l ଧର୍ମ ନିରଞ୍ଜନ ପଣ୍ଡା ମଞ୍ଚ ପରିଚାଳନା କରି ଥିବାବେଳେ ଉରୁକ୍ରମ ପାଣ୍ଡିଆ ଧନ୍ୟବାଦ୍ ଅର୍ପଣ କରିଥିଲେ l ସନ୍ଧ୍ୟା ସମୟରେ ଗୋପପୁର ମଣ୍ଡପକୁ ଗୋପାଳ ପଣ୍ଡା ଉଦଘାଟନ କରିଥିଲେ l କଂସ ଦରବାରରେ ଆଞ୍ଚଳିକ କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ ହୋଇଥିଲା l ଆୟୋଜକ କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ l
ଉଲୁଣ୍ଡା ଧନୁଯାତ୍ରା ମହୋତ୍ସବ ଉଦଘାଟିତ
