ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କୃଷି କାର୍ଯ୍ୟାଳୟ ଠାରେ ଶୁକ୍ରବାର ସରକାରଙ୍କ କୃଷି ଓ କୃଷକର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସହକାରୀ ବୈଷୟିକ ପରିଚାଳକ ମୀନକେତନ ମହାକୁରଙ୍କ ପରିଚାଳନାରେ ଅନୁଷ୍ଠିତ ସଚେତନତା ଶିବିରରେ ଉଭୟ ଉଲୁଣ୍ଡା , ବୀରମହାରାଜପୁର ବ୍ଲକର ସମସ୍ତ କୃଷି ଓଭରସିଅର , ଗ୍ରାମ୍ୟ କୃଷି କର୍ମଚାରୀ , ବ୍ଲକ ବୈଷୟିକ ପରିଚାଳକ , ସହକାରୀ ବୈଷୟିକ ପରିଚାଳକ , କୃଷକ ସାଥୀ , ଅଗ୍ରଣୀ ଚାଷୀ ୧୫୦ ଜଣ ଯୋଗଦେଇ ଥିଲେ । ମୂଖ୍ୟ ଅତିଥି ଭାବରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଆତ୍ମା ସୁବର୍ଣ୍ଣ ପୁର ଡ ବିଭୂତି ଭୂଷଣ ମିଶ୍ର ଯୋଗଦେଇ କୃଷି ବିଭାଗ ଦ୍ଵାରା ଚାଲୁ ଥିବା ବିଭିନ୍ନ ଯୋଜନା , ଚିରନ୍ତନ କୃଷି ଓ ଶସ୍ୟ ଉତ୍ପାଦନ ସଂପର୍କରେ ଅବଗତ କରିଥିଲେ । ଅତିରିକ୍ତ ଜିଲ୍ଲା ଉଦ୍ୟାନ ଅଧିକାରୀ ବିଦ୍ୟାଧର ଦାସ , ମୃତ୍ତିକା ସଂରକ୍ଷଣ ବିଭାଗ ସହକାରୀ ଯନ୍ତ୍ରୀ ଇଂ ସମ୍ଭୂରାଜ୍ ଭୋଇ , ମାର୍କଫେଡ୍ ଗୋ ଡାଉନ୍ ମେନେଜର ଗଣେଶ୍ୱର ମହାପାତ୍ର ପ୍ରମୁଖ ଯୋଗଦେଇ ବିଭାଗୀୟ ଯୋଜନା ସମ୍ପର୍କରେ ଅବଗତ କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ର ସୁବର୍ଣ୍ଣ ପୁର ବରିଷ୍ଠ ବୈଜ୍ଞାନିକ ଡ ତ୍ରିନାଥ ଖଣ୍ଡାୟତ ରାୟ ସମନ୍ୱିତ ରୋଗ ପୋକ ପରିଚାଳନା ସଂପର୍କରେ ଅବଗତ କରିଥିଲେ । ସହକାରୀ କୃଷି ଅଧିକାରୀ ସୋମ୍ୟ ରଞ୍ଜନ ପଧାନ ଜଳବାୟୁ ପରିବର୍ତ୍ତନ ଓ ଚାଷ, ସହକାରୀ କୃଷି ଯନ୍ତ୍ରୀ ଇଂ ପ୍ରିୟଙ୍କା ବେହେରା କୃଷି ଯାନ୍ତ୍ରିକରଣ ରେ ଡିବିଟି ଓ କୃଷି ରେ ସୂଚନା ଓ ପ୍ରଜୁକ୍ତିବିଦ୍ୟା ସଂପର୍କରେ ସଚେତନ କରିଥଲେ। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲା ଅଧିକାରି ଦିଲ ରଞ୍ଜନ ମହାଳିକ ସଚେତନତା ସମାବେଶ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଅବଗତ କରିଥିବା ବେଳେ ଗୋଷ୍ଠୀ କୃଷି ଅଧିକାରୀ ମକରଧ୍ବଜ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।ସହକାରୀ କୃଷି ଅଧିକାରୀ ଯଶୋବନ୍ତ ପଧ।ନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵ।ବଧ।ନ ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I
ବୀରମହାରାଜପୁର କୃଷି କାର୍ଯ୍ୟାଳୟ ରେ ପlରା ସମ୍ପ୍ରସାରଣ କର୍ମଚାରୀ ଓ ଅଗ୍ରଣୀ ଚାଷୀ ଙ୍କ ସଚେତନତା କାର୍ଯ୍ୟକ୍ରମ
