Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଞ୍ଚଶାସନୀ ବ୍ରାହ୍ମଣ ସମାଜର ବାର୍ଷିକ ଅଧିବେଶନ

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ସାଲଡ ପ୍ରଗଣାରେ ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡ ପଞ୍ଚଶାସନୀ ବ୍ରାହ୍ମଣ ସମାଜର ସପ୍ତବିଂଶତମ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ଭାବରେ ମାନ୍ୟବର ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ଅବସରପ୍ରାପ୍ତ ପ୍ରଧ୍ୟାପକ, ଗବେଷକ ତଥା ବୈଜ୍ଞାନିକ ଗଣପତି ପଣ୍ଡା ଯୋଗଦାନ କରିଥିଲେ। ଆଧୁନିକତା ପ୍ରଭାବରେ ସଂସ୍କାର ତଥା ଜୀବନଶୈଳୀରେ ନକାରାତ୍ମକ ପ୍ରଭାଵ ଉପରେ ବକ୍ତା ଗଣ ଗୁରୁତ୍ୱାରୋପ କରିଥିଲେ। ସମାଜର ସ୍ଥାୟୀ ସଭାପତି ତଥା ଗୋପାଳଜୀ ମଠ ମହନ୍ତ ହୃଷିକେଶ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଅଧିବେଶନରେ କାର୍ଯ୍ୟକାରୀ ସଭାପତି ପଣ୍ଡିତ ଲକ୍ଷ୍ମଣ କୁମାର ବେହେରା, ସାଧାରଣ ସମ୍ପାଦକ ସରୋଜ କୁମାର ଧର, ଉଦ୍ୟୋକ୍ତା ଵିଶିକେଶନ ବିଶ୍ଵାଳ, ଅବସରପ୍ରାପ୍ତ ଫରେଷ୍ଟ ଅଫିସର ତଥା ସାହିତ୍ୟିକ ଦୁର୍ଗା ପ୍ରସାଦ ନାଥ, ବିପିନ ବିହାରୀ ବିଶ୍ବାଳ, ଡ: ଶ୍ୟାମସୁନ୍ଦର ଧର ମଞ୍ଚାସୀନ ଥିଲେ। ଅନ୍ତର୍ଯ୍ୟାମୀ ପାଣିଗ୍ରାହୀ ସଭା ପରିଚାଳନା କରିଥିଲେ।କୋଷାଧ୍ୟକ୍ଷ ହୃଷିକେଶ ନାଥ ବାର୍ଷିକ ଆୟ ବ୍ୟୟର ଉପସ୍ଥାପନା କରିଥିଲେ।ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୧୩ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆ.ଆଇ.ଟି, ନିଟ୍, ତଥା ହାଇସ୍କୁଲ ଓ କଲେଜ ସ୍ତରରେ କୃତିତ୍ବ ଅର୍ଜନ କରିଥିବା ୯ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା ସହ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିଲା। ସମାଜ ସଂସ୍କାର ଏବଂ ବ୍ରାହ୍ମଣ ସମାଜର ଉନ୍ନତି ନିମନ୍ତେ ରମାକାନ୍ତ ବିଶ୍ଵାଳ, ଅନ୍ତର୍ଯ୍ୟାମୀ ପାଣି, ପ୍ରଦୀପ୍ତ କୁମାର ନାଥ,ଫକୀର ମୋହନ ତ୍ରିପାଠୀ , ବସନ୍ତ କୁମାର ନାଥ, ତୃଷ୍ଣାମୟୀ ନାଥ, ସନ୍ତୋଷିନୀ ନାଥ ତଥା ଅନ୍ୟ ବକ୍ତାମାନେ ମତବ୍ୟକ୍ତ ପ୍ରଦାନ କରିଥିଲେ । ଏହି ଅବସରରେ ଏକ ରକ୍ତଦାନ ଶିବିର ସହ ସମ୍ପାଦକ ନିଶିକାନ୍ତ ବିଶ୍ବାଳଙ୍କ ସହଯୋଗରେ ଆୟୋଜିତ ହୋଇଥିଲା ଏଥିରେ ୪୧ ଜଣ ସ୍ଵେଚ୍ଛାସେବୀ ରକ୍ତଦାନ କରିଥିଲେ। ଦ୍ଵିବାର୍ଷିକ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇ ପ୍ରସନ୍ନ କୁମାର କର, କାର୍ଯ୍ୟକାରୀ ସଭାପତି, ବାଳକୃଷ୍ଣ ବିଶ୍ବାଳ, ସରୋଜ କୁମାର ଧର, ଉପ ସଭାପତି, ହୃଷିକେଶ ବେହେରା, ସାଧାରଣ ସମ୍ପାଦକ, ସୁଶିଲ କୁମାର ନାୟକ ,ନିଶିକାନ୍ତ ବିଶ୍ବାଳ ସହ ସମ୍ପାଦକ ଓ କାମିନୀ ମୋହନ ଶର୍ମାଙ୍କୁ କୋଷାଧ୍ୟକ୍ଷ ଭାଵେ ଚୟନ କରାଯାଇଥିଲା । ଶେଷରେ କାର୍ଯ୍ୟକାରୀ ସଭାପତି ଲକ୍ଷ୍ମଣ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।