ବୀରମହାରାଜପୁର : (ସୌମିତ୍ରି ମେହେର ) : ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତର ବଡ଼ଖମାର ଠାରେ ଲାଲବାହାଦୁର ଯୁବକ ସଂଘ ଆନୁକୂଲ୍ୟରେ ଚାଲିଥିବା ୧୦ମ ଲାଲବାହାଦୁର କ୍ରିକେଟ କପ୍ ଶନିବାର ଉଦଯାପିତ ହୋଇଯାଇଛି । ଫାଇନାଲରେ ବାଗବର ଦଳ ବଙ୍କିଆ ଦଳକୁ ପରାସ୍ତ କରି ଚମ୍ପିଆନ ହୋଇଛି। ପ୍ରଥମ ଫର୍ମାଟରେ ବଙ୍କିଆ ଦଳ ପ୍ରଥମେ ବ୍ୟାଟିଂ କରି ୭.୩ ଓଭରରେ ୬୧ ରନ ସଂଗ୍ରହ କରିଥିଲା । ଜବାବରେ ବାଗବର ଦଳ ୬.୩ ଓଭରରେ ନିର୍ଦ୍ଧାରିତ ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ସେହିଭଳି ଦ୍ୱିତୀୟ ଫର୍ମାଟରେ ବଙ୍କିଆ ଦଳ ୮ ଓଭରରେ ସବୁ ଉଇକେଟ ହରାଇ ୩୯ ରନ ସଂଗ୍ରହ କରିଥିଲା ବେଳେ ବାଗବର ଦଳ ମାତ୍ର ଦୁଇ ଓଭରରେ ନିର୍ଦ୍ଧାରିତ ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ଦୁଇ ଫର୍ମାଟରେ ବିଜୟୀ ବାଗବର ଦଳ ଚମ୍ପିଆନ ଘୋଷିତ ହୋଇଥିଲା । ଯୁବକ ସଙ୍ଘର ସଭାପତି ଆମ୍ବରୀଶ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଖଣ୍ଡହତା ସମିତି ସଭ୍ୟ ବିନୋବାନନ୍ଦ ପଧାନ ମୁଖ୍ୟ ଅତିଥି , ଜଟେସିଂହା ସମିତି ସଭ୍ୟା ରଶ୍ମିତା ପାଣ୍ଡେ , ସାମାଜିକ କର୍ମୀ ମୀନକେତନ ମହାକୁର , ଶିକ୍ଷାବିତ ମହେନ୍ଦ୍ର ମହାଳିକ , ସମାଜସେବୀ ପ୍ରଭଞ୍ଜନ କର୍ମୀ , ସହଦେବ ପଧାନ, ଆଶିଷ ସାହୁ, ରୋହନ ପଧାନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ବିଜେତା ବାଗବର ଦଳକୁ ଟ୍ରଫି ସହ ନଗଦ ୧୮ ହଜାର ଟଙ୍କା ଓ ଉପବିଜେତା ବଙ୍କିଆ ଦଳକୁ ଟ୍ରଫି ସହ ନଗଦ ୧୨ ହଜାର ଟଙ୍କା ଦେଇ ପୁରସ୍କୃତ କରାଯାଇଥିଲା । ସମ୍ପାଦକ ଗଦାଧର ବାଦୀ ମଞ୍ଚ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ । ସଂଘର ସଦସ୍ୟ ବିନୋଦ , ହରିଶଙ୍କର , ସୋମନାଥ , ଲିପୁନ , ଦେବାଶିଷ , ହେମନ୍ତ , ମନୋଜ , ସଚିଦାନନ୍ଦ ପ୍ରମୁଖ ଏଥିରେ ସହଯୋଗ କରିଥିଲେ।
ଲାଲ ବାହାଦୁର କ୍ରିକେଟ କପ ଉଦଯାପିତ ; ବାଗବର ଚାମ୍ପିଅନ୍ ଘୋଷିତ
