ବରିଷ୍ଠ ରାଜନେତା ଦାମୋଦର ରାଉତଙ୍କ ଉପରୁ ହଟିଲା ନିଲମ୍ବନ । ନିଲମ୍ବନ ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ବିଜେଡି ସୁପ୍ରିମୋଙ୍କ ଦସ୍ତଖତ ଥିବା ଦେଖିବାକୁ ମିଳିଛି । ତେବେ ସୂଚନା ମୁତାବକ ୨୦୧୮ରେ ବିଜେଡିରୁ ନିଲମ୍ବନ ହୋଇଥିଲେ ଦାମୋଦର । ବ୍ରାହ୍ମଣ ବିବାଦକୁ ନେଇ ହରାଇଥିଲେ ମନ୍ତ୍ରୀପଦ । 2019ରେ ବିଜେପିରୁ ଟିକେଟ ପାଇ ଲଢି ନିର୍ବାଚନ ହାରିଥିଲେ ।
ଗତ କିଛିଦିନ ଧରି ଅସୁସ୍ଥତା କାରଣରୁ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଦାମୋଦର ରାଉତ । ରାଜନୀତିରୁ ମଧ୍ୟ ଏକଦମ ଦୂରେଇ ଯାଇଥିଲେ ଦାମୋଦର ।