Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶବ୍ଦ ଦେଉଛି ଭିନ୍ନ ଅର୍ଥ:ପୁର୍ତ୍ତ ବିଭାଗ ପାଇଁ ଓଡିଶା ବଦନାମ୍ !

ରାୟଗଡା:ଦୂରଦର୍ଶିତାର ଅଭାବ ଓ କୌଣସି କାମର ନିରୀକ୍ଷଣ କରିବା ଭଳି ଦକ୍ଷତାର ଅଭାବ ଯୋଗୁଁ ଅନେକ ସମୟରେ ଓଡିଶା ବଦନାମ୍ ମୁଣ୍ଡେଇଥାଏ। ଗୋଟଏ ଶବ୍ଦରେ ଭୁଲ ଅର୍ଥ ପାଇଁ ପୁଣିଥରେ ଦୋଶ ମୁଣ୍ଡେଇଛି ଓଡିଶା। ଓଡିଆ ଭାଷା ପ୍ରତି ସାମାନ୍ୟତମ ଦରଦ୍ ନଥିବା ଭଳି ବିଳକ୍ଷଣର ନଜର ଦେଉଛି ଏହି ସୂଚନା ଫଳକ।ତୃଣମୂଳ ଅଧିକାରୀ କିମ୍ବା କର୍ମଚାରୀଙ୍କୁ ବିଶ୍ୱାସକୁ ନନେଇ ଏକ ପ୍ରକାର କାମ ଚଳାଇ ଦେବାକୁ ଯେଭଳି ଷଡଯନ୍ତ୍ର ଚାଲିଛି ତାହାହିଁ ଏହି ସୂଚନା ଫଳକ ପ୍ରମାଣିତ କରୁଛି। ସୂଚନା ମତେ ରାୟଗଡା ଜିଲ୍ଲାର ବିଷମକଟକ ଠାରେ ଥିବା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ସୂଚନା ଫଳକରେ ତାଲିମ ଯାଗାରେ ଲେଖାଅଛି ତାମିଲ । ଏଭଳି ବଡ ତୃଟୀ ଉପରେ କାହାର ନଜର ପଡିନି ଏହା ନୁହେଁ,ଏ ବିଷୟରେ ଅବଗତ କରାଯାଇଥିଲେବି ଏଭଳି ସୂଚନା ଫଳକ ଏଯାଏ ଲାଗିଛି ରାସ୍ତା ଗଡରେ । ଯାହା ପୁର୍ତ୍ତ ବିଭାଗ ଏହି ସବୁ ସୂଚନା ଫଳକ କରୁଛନ୍ତି ।ଜିଲ୍ଲା ପୁର୍ତ୍ତବିଭାଗ ମଧ୍ୟ ଏଥିରେ ଆମର ଦୋଷ କ’ଣ ଜିଲ୍ଲା ସ୍ତରରେ ହୋଇଥିଲେ ଏଭଳି ତୃଟୀ ରହିନଥାନ୍ତା ବୋଲି ସଫେଇ ଦେଇ ବଲ ଫିଙ୍ଗିଛନ୍ତି ଉପର ମହଳକୁ । ଶିଳ୍ପ ତାଲିମ କେନ୍ଦ୍ର ଅଧ୍ୟକ୍ଷ ଏହା ଉପରେ ନଜର ପକାଇ ଉପର ଅଧିକାରୀଙ୍କୁ ଚିଠି ଲେଖିଥିଲେବି କିଛି ହୋଇଥାନ୍ତା। ତାହାବି ହୋଇନି । ମୋର କ’ଣ ଯାଉଛିରେ ଉପର ଠାଉରିଆ ମନୋଭାବ ଓଡିଶାକୁ ବଦନାମ୍ କରୁଥିବାରୁ ଏଭଳି ତୃଟୀ ଯେଭଳି ଆଗକୁ ନହେବ ସେ ଦିଗରେ ସରକାର ଚିନ୍ତା କରି ଜିଲ୍ଲା ସ୍ତରରେ ସୂଚନା ଫଳକ ତିଆରି କରିବା ଓ ସମସ୍ତ ଦୋଷ ତୃଟୀ ରହିଲେ ସଂପୃକ୍ତ କର୍ମଚାରୀ ଉପରେ କାର୍ଯ୍ୟାନୁଷ୍ଠାନ ଭଳି ପଦକ୍ଷେପ ଗ୍ରହଣ କଲେ ଏଥିରେ କିଛି ସୁଧାର ଆସିପାରନ୍ତା। ତେବେ ସୂଚନା ଥାଉକି ଏହି ସୂଚନା ଫଳକ ଭାତହାଣ୍ଡିରୁ ଗୋଟିଏ । ସାରା ରାଜ୍ୟରେ ଏଭଳି ତୃଟୀର ଅପଶବ୍ଦ ରାଜ୍ୟର ପୁର ପଲ୍ଲୀ ଯାଏ ଲମ୍ବିଛି।ଏଭଳି ତୃଟୀପୂର୍ଣ୍ଣ ଶବ୍ଦ ବ୍ୟବହାର କରି ବିଭିନ୍ନ ସ୍ଥାନରେ ବୋର୍ଡ ସବୁ ଲାଗିଛି । ଯାହାକି ଓଡିଶା ପାଇଁ ଶୁଭ ସୂଚନା ନୁହେଁ। ଆଶା କରାଯାଉଛି ଏଭଳି ତୃଟୀ ଉପରେ ସରକାର ବିହିତ ପଦକ୍ଷେପ ନେଇ ଶୁଦ୍ଧ ଓଡିଆ ଭାଷାର ପ୍ରଚଳନ ଦିଗରେ ଯତ୍ନବାନ ହେବେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ