Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଗଡ : ବଜ୍ରପାତରେ ଜଣେ ମୃତ ,ଜଣେ ଗୁରୁତର

ଧର୍ମଗଡ଼,ତା ୬/୪- ଧର୍ମଗଡ ବ୍ଳକ ଧଅଁରପୁର ପଞ୍ଚାୟତ ଅନ୍ତର୍ଗତ ଆମ୍ବଗୁଡା ଗ୍ରାମରେ ଗୁରୁବାର ଦିନ ବଜ୍ରପାତରେ ଜଣକ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି।ଗୁରୁବାର ଦିନ ଅପରାହ୍ନ ୨ଘଣ୍ଟା ସମୟରେ ଗ୍ରାମର ପ୍ରଦୀପ ଧରୁଆ (୨୦)ଓ ଯୁଗେଶ୍ୱର ମାଝୀ ବିଲରେ କାମ କରୁଥିବାବେଳେ ବଜ୍ରପାତ ହୋଇଥିଲା। ପ୍ରଦୀପ ଧରୁଆ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଯୁଗେଶ୍ୱର ଅତି ଗୁରୁତର ହୋଇ ପଡ଼ିଥିଲେ।ଗୁରୁତର ଯୁଗେଶ୍ୱର ଙ୍କୁ ଗାଁ ଲୋକେ ଆମୁଲାନ୍ସ ଯୋଗେ ଧର୍ମଗଡ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟ ଥିବା ସୂଚନା ମିଳିଛି। ଖବର ପାଇ କୋକସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ