ପୋଲିସ ହାତରେ ଲକ୍ଷାଧିକ ମୂଲ୍ଯର ଲୁଟ ଗହଣା ଓ ୨ ଲୋଟେରା ହାଜତରେ


ବରପାଲି: ବରପାଲି ପୋଲିସ ପ୍ରସାସନ ପକ୍ଷରୁ ଗୁରୁବାର ସଂଧ୍ଯା ସମୟରେ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ। ବରଗଡ ଉପଖଣ୍ଡ ପୋଲିସ ଅଧିକାରୀ ଅମ୍ରିତ କୁମାର ପଣ୍ତାଙ୍କ ଅଧ୍ଯକ୍ଷତାରେ ସମିଳନୀ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ସ୍ଥାନିୟ ଥାନା ଅଧିକାରିଣୀ ସୈଳବାଲୀ ସେଠୀ ସ୍ବାଗତ ଜଣାଇବା ସହ କାର୍ଯ୍ଯକ୍ରମ ସମ୍ପର୍କରେ ସୂଚିତ କରିଥିଲେ। ଗତ ମାର୍ଚ୍ଚ ୧୯ ତାରିଖ ଦିପକ ଜ୍ବେଲେରୀ ସୁନା ଦୋକାନ ମଧ୍ଯରୁ ଦୁଇଜଣ ଅଜଣା ଲୁଟେରା ଦୋକାନ ମାଲିକଙ୍କ ଆଳ ଦେଖାଇ ଲକ୍ଷାଧିକ ମୂଲ୍ଯର ସୁନାଗହଣା ମୁଣିକୁ ଝାମ୍ପି ନେଇ ବାଇକରେ ଫେରାର ମାରି ଦେଇଥିଲେ। ଘଟଣାକୁ ନେଇ ପୋଲିସ ଅନୁସନ୍ଧାନ କାର୍ଯ୍ଯଧାରାକୁ ନିଜ ଶୈଳିରେ ଆରମ୍ଭ କରିଥିଲା। ଘଟଣାର ପାରିପାର୍ଶ୍ବିକ ଅବସ୍ଥିତି ଓ ଦୋକାନ ପାଖ ସହ ସହରର ବିଭିନ୍ନ ଛକରେ ଲାଗିଥିବା ସିସିଟିଭି ଫୁଟେଜକୁ ଗୁରୁତ୍ବ ଦେଇଥିଲା। ପରେ ଲୋଟେରା ମାନଙ୍କ ପରିଚୟ ଓ ଠିକଣା ସମ୍ପର୍କରେ ପୋଲିସର ଗୋଚରକୁ ଆସିଥିଲା ବୋଲି ଉପଖଣ୍ତ ପୋଲିସ ଅଧିକାରୀ ଅମ୍ରିତ ପଣ୍ତା ସୂଚନା ମାଧ୍ଯମରେ ତଥ୍ଯ ଉପସ୍ଥାପନ କରିଥିଲେ। ସେହିପରି ଲୋଟେରା ମାନେ ଗଂଜାମ ଅଚଂଳର ଯାଜପୁର ଜିଲ୍ଳା କାରେଇ ଥାନା ୧୯ ବର୍ଷିୟ ରୋହିତ ଦାସ ଓ ଅନ୍ଯ ଜଣକ ୪୯ ବର୍ଷିୟ ପି.ସୂନିଲ କୋଦଲା ଥାନା ଗଂଜାମ ଜିଲ୍ଳାର ବୋଲି ସ୍ବଷ୍ଟ ଭାବେ ଜାଣିଲା ପରେ ଥାନାଧିକାରୀ ସୈଳବାଲା ସେଠୀ ଦଳବଳ ସହ ପହଂଚି ଲୋଟେରା ଦ୍ବୟଙ୍କୁ ଘରୁ ଗିରଫ କରିଥିଲା। ଲୁଟ ହୋଇଥିବା ସୂନା ଗହଣା ଓ ରୂପା ଅଳଙ୍କାର ମାନଙ୍କ ମଧ୍ଯରୁ ରୂପା ୩କେଜି ଏବଂ ସୂନା ଗହଣା ମାନ ଉଦ୍ଧାର କରିଥିଲା। ଲୁଟକାର୍ଯ୍ଯ ବ୍ଯବହାରରେ ଆସିଥିବା ୟୁନିକନ୍ ବାଇକ ପୋଲିସ ହାତରେ ଲାଗିଥିବା ବେଳେ ଲୁଟ ନଗଦ ଟଙ୍କା ଏବଂ ୨କେଜି ରୂପା ସାମଗ୍ରି ମିଳିନଥିବା ଦୋକାନ ମାଲିକ ବଜରଙ୍ଗୀ ବାବୁ କହିଥିଲେ। ଲୋଟେରା ମାନଙ୍କୁ ଗିରଫ କରିବାରେ ସବଇନ୍ସପେକ୍ଟର ଜ୍ଯୋତିପ୍ରସାଦ ତାଣ୍ତି, କେ,କେ ସାହୁ,ଏ ବୁଧିଆ,ଓପି ସାହୁ, ଏସ ଗଡତିଆ,ଏସଏନ ଭୋଇ, ଜେ ଡୋରା ପ୍ରମୁଖ ପୋଲିସ ବାହିନୀ ସହକାରୀ କାର୍ଯ୍ଯଭାର ସମ୍ଭାଳିଥିଲେ।