Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦୀ ପ୍ରାଣ ପ୍ରତିଷ୍ଠା କରିବେ, ମୂର୍ତ୍ତି ସ୍ପର୍ଶ କରିବେ; ମୁଁ କ’ଣ ଅଯୋଧ୍ୟା ତାଳି ବଜାଇବାକୁ ଯିବି: ଶଙ୍କରାଚାର୍ଯ୍ୟ

ଭୁୁବନେଶ୍ୱର: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ଜାନୁଆରୀ ୨୨ରେ ଶୁଭ ଉଦଘାଟନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସେହି ଦିନ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ହେବ । ଏହି ସମାରୋହକୁ ପାଖାପାଖି ୮ ହଜାରରୁ ଅଧିକ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଆମନ୍ତ୍ରିତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ଅର୍ଥାତ ମୋଦୀ ନିଜ ହାତ‌ରେ ରାମଲଲାଙ୍କ ମୂର୍ତ୍ତିକୁ ଶ୍ରୀରାମ ମନ୍ଦିରର ଗର୍ଭଗୃହର ସିଂହାସନରେ ସ୍ଥାପନା କରିବେ। ଏହାକୁ ନେଇ କେହି କେହି ସ୍ୱାଗତ କରୁଥିବା ବେଳେ ଅନେକ ଏହାକୁ ନାପସନ୍ଦ ମଧ୍ୟ କରିଛନ୍ତି । ମୋଦୀ ନିଜ ହାତ‌ଛରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରିବାକୁ ଘୋର ନିନ୍ଦା କରିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର‌୍ୟ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି । ଏପରିକି ସେ ପ୍ରାଣପ୍ରତିଷ୍ଠା ଉତ୍ସବକୁ ଯିବେ ନାହିଁ ବୋଲି କହିବା ସହ ରାମ ମନ୍ଦିରକୁ ନେଇ ହେଉଥିବା ରାଜନୀତିକୁ ନାପସନ୍ଦ କରିଛନ୍ତି ।

ରତଲାମରେ ତ୍ରିବେଣୀ ତଟରେ ହିନ୍ଦୁ ଜାଗରଣ ସମ୍ମିଳନୀକୁ କରି ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ କହିଛନ୍ତି, ‘ମୋଦୀ ପ୍ରାଣପ୍ରତିଷ୍ଠା କରିବେ, ମୂର୍ତ୍ତି ସ୍ପର୍ଶ କରିବେ। ମୁଁ କ’ଣ ସେଠାରେ ତାଳି ବଜାଇ ଜୟଜୟକାର କରିବି। ମୋର ପଦର ବି ମର୍ଯ୍ୟଦା ରହିଛି। ମୁଁ ସେଥିରେ ଆଞ୍ଚ ଆସିବାକୁ ଦେବି ନାହିଁ। ରାମମନ୍ଦିର‌ରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ଶାସ୍ତ୍ର ଅନୁଯାୟୀ ହେବା ଆବଶ୍ୟକ। ଏମିତି ଆୟୋଜନରେ ମୋର ଯିବା କ’ଣ ଆବଶ୍ୟକ? ସେମିତି ଦେଖିବାକୁ ଗଲେ ଅଯୋଧ୍ୟା ଯିବାକୁ ମୋ ପାଖକୁ ଯେଉଁ ନିମନ୍ତ୍ରଣ ପତ୍ର ଆସିଛି ସେଥିରେ ମୋ ସହିତ ଜଣେ ବ୍ୟକ୍ତିଙ୍କୁ ଯିବାରୁ ସୂଚିତ ଅଛି। ଏହାଛଡ଼ା ଏଯାବତ ମୋତେ ଅଯୋଧ୍ୟା ଯିବାକୁ କୌଣସି ପ୍ରକାର ଯୋଗାଯୋଗ କରାଯାଇନାହିଁ। ରାମମନ୍ଦିରକୁ ନେଇ ଯେଉଁଭଳି ଭାବେ ରାଜନୀତି ଚାଲିଛି ‌ମୁଁ ତାହାକୁ ପସନ୍ଦ କରୁନାହିଁ। ଏହି କାରଣରୁ ମୁଁ ଅଯୋଧ୍ୟା ଯିବି ନାହିଁ ବୋଲି ଶଙ୍କାରଚାର୍ଯ୍ୟ କହିଛନ୍ତି।’ ତାଙ୍କର ଏହି ମନ୍ତବ୍ୟ ସଂପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି ।