ଭୁବନେଶ୍ୱର: ପଶ୍ଚିମବଙ୍ଗର ଉତର ୨୪ ପରଗନା ଜିଲ୍ଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି)ର ଅଧିକାରୀଙ୍କ ଉପରେ ଆକ୍ରମଣ ହୋଇଛି । ରାଜ୍ୟର କୋଟି କୋଟି ଟଙ୍କାର ରାସନ ଦୁର୍ନୀତି ମାମଲାରେ ତୃଣମୂଳ କଂଗ୍ରେସ(ଟିଏମସି) ନେତାଙ୍କ ଘରେ ଚଢାଉ ପାଇଁ ଯିବା ସମୟରେ ଇଡି ଗାଡି ଉପରେ ଆକ୍ରମଣ ହୋଇଛି । ଟିଏମସି ନେତା ଶାହଜହା ଓ ଶଙ୍କର ଅଧ୍ୟା ଓ ସେମାନଙ୍କର ସଂପର୍କୀୟଙ୍କ ଘର ଓ କାର୍ଯ୍ୟାଳୟ ଉପରେ ସକାଳୁ ଇଡିର ଚଢାଉ ଜାରି ରହିଛି ।
ଗୋଟିଏ ଟିମ୍ ଶେଖଙ୍କ ଘରେ ପହଂଚିଥିଲେ । ବାରମ୍ବାର ଡାକିଲେ ମଧ୍ୟ କେହି ନ ଶୁଣିବାରୁ ଅଧିକାରୀମାନେ ବାଧ୍ୟ ହୋଇ କବାଟ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଲୋକେ ରୁଣ୍ଡ ହୋଇ ଇଡିର ଗାଡି ଭଙ୍ଗାରୁଜା କରିବା ସହ ଅଧିକାରୀଙ୍କ ଉପରେ ଆକ୍ରମଣ କରିଛନ୍ତି । ଗ୍ରାମାଂଚଳ କହିଛନ୍ତି, ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ କରାଯାଇଛି । ଏପରିକି ମିଡିଆ ପ୍ରତିନିଧିଙ୍କ ଉପରେ ଆକ୍ରମଣ କରାଯାଇଛି । ସ୍ଥିତି ବିଗିଡୁଥିବା ଦେଖି ଇଡିି ଅଧିକାରୀ ଘଟଣାସ୍ଥଳରୁ ଚାଲି ଯିବାକୁ ବାଧ୍ୟ ହୋଇଥିଲେ ।
VIDEO | A mob attacked vehicles of the Enforcement Directorate (ED) and central forces during a raid being conducted on Shankar Adhya, close aide of jailed West Bengal minister Jyotipriya Mallick, in connection with the alleged ration scam in North 24 Parganas district's… pic.twitter.com/4XTw3rvi37
— Press Trust of India (@PTI_News) January 5, 2024
ରାଜ୍ୟର ଖାଦ୍ୟ ମନ୍ତ୍ରୀ ଜ୍ୟୋତି ପ୍ରିୟା ମଲିକଙ୍କୁ ଦୁର୍ନୀତି ମାମଲାରେ ପୂର୍ବରୁ ଗିରଫ କରାଯାଇଛି । ଏବେ ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ଏହି ମାମଲାରେ ଅନ୍ୟ ନେତାଙ୍କ ବିରୋଧରେ ଇଡିର ତଦନ୍ତ ଜାରି ରହିଛି । ଏହି କ୍ରମରେ ଆଜି ଚଢାଉ କରିବା ସମୟରେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ହୋଇଛି ।