Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୁଆଁ ରମ୍ପେଲା ହାଇସ୍କୁଲ ର ୬୧ତମ ବାର୍ଷିକ ଉତ୍ସବ

ରେଙ୍ଗାଲି ସ୍ଥିତ ନୁଆଁ ରମ୍ପେଲା ସରକାରୀ ହାଇସ୍କୁଲ ର ୬୧ତମ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଥିଲା ପ୍ରଧାନ ଶିକ୍ଷୟିତ୍ରୀ ଝରଣାକୁମାରୀ ବେହେରାଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀବନ୍ତ ଦାସ ମୁଖ୍ଯ ଅତିଥି ରୂପେ ଯୋଗଦେଇ ଥିବାବେଳେ ବୁଢ଼ାରଜା ହାଇସ୍କୁଲ ର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଉଦିତ ପାଟ୍ଟଯୋଶୀ ମୁଖ୍ଯବକ୍ତା ହାସ୍ୟକବି ଗୁଣରଞ୍ଜନ ସାଲିମା ଓ ପୁରାତନ ଛାତ୍ର ବରିଷ୍ଠ ନାଗରିକ ରାମ ସହାୟ ପଣ୍ଡା ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ।
ପ୍ରଧାନ ଶିକ୍ଷୟିତ୍ରୀ ଝରଣାକୁମାରୀ ବେହେରା ବାର୍ଷିକ ବିବରଣୀ ପଠନ କରିଥିଲେ। ଶିକ୍ଷକ ମନୋଜ କୁମାର ନାଏକ ଏବଂ ଶିକ୍ଷୟିତ୍ରୀ ଶୁଭଲକ୍ଷ୍ମୀ ସେନାପତି ଅତିଥି ପରିଚୟ ସ୍ବାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ଏହି ଅବସର ରେ ପୁରାତନ ଛାତ୍ର ସଂଘ ର ସଭାପତି ବିନୋଦବିହାରୀ ନନ୍ଦ,ସ୍କୁଲ ପରିଚାଳନା କମିଟି ର ସଭାପତି ବସନ୍ତ ତଣ୍ଡକାର,ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସମିତି ସଭ୍ଯ ଜିତେନ୍ଦ୍ର ପ୍ରସାଦ ପଣ୍ଡା, ପ୍ରଶାନ୍ତ ପଣ୍ଡା,ବରିଷ୍ଠ ନାଗରିକ ପରିଷଦ ର ସମ୍ପାଦକ ଅନ୍ତର୍ଯ୍ୟାମୀ ପାଣି,ବିଶ୍ବକେଶନ ବିଶ୍ବାଲ, ପୀତବାସ ତଣ୍ଡକାର, ସୁନିଲ ପଧାନ,ବିଶ୍ବନାଥ ଅଗ୍ରୱାଲ,ରେଙ୍ଗାଲି ସରପଞ୍ଚ ଚିତ୍ତରଞ୍ଜନ ବାଗ,ସାଲଡ ସରପଞ୍ଚ ସତ୍ୟନାରାୟଣ ମହାନନ୍ଦିଆ,ସାଲେଗ୍ରାମ ସାହୁ ପ୍ରମୁଖ ବହୁ ସଂଖ୍ୟକ ପୁରାତନ ଛାତ୍ର ଓ ଗଣ୍ୟମାନ୍ୟ ବ୍ଯକ୍ତି ଉପସ୍ଥିତ ଥିଲେ। ଏହି ଅବସର ରେ ସ୍କୁଲ,ବ୍ଲକ୍ ଓ ଜିଲ୍ଲା ସ୍ତର ରେ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ବ ଅର୍ଜନ କରିଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରଯାଇଥିଲା। ଛାତ୍ରଛାତ୍ରୀମାନେ ପ୍ରାରମ୍ଭ ରେ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଥିଲେ। ସଙ୍ଗୀତ ପ୍ରସ୍ତୁତ କରିଥିବା ଏବଂ ବାଦ୍ୟଯନ୍ତ୍ର ରେ ସହଯୋଗ କରିଥିବା ଶିକ୍ଷକ ମନୋଜ କୁମାର ନାଏକ, ବବଲୁ ତିୱାରୀ ଏବଂ ଭରତ ପ୍ରଧାନ ଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରଯାଇଥିଲା। ଶେଷ ରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନା ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ