Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇନ ପ୍ରତ୍ୟାହାର ନ ହେବା ଯାଏ ଆନ୍ଦୋଳନ ଜାରି ରହିବ: ଓଡ଼ିଶା ମୋଟର ଚାଳକ ସଂଘ

ଭୁବନେଶ୍ୱର: ଭାରତ ସରକାରଙ୍କ ଆଇପିସି ୧୬୦ କ୍ଲଜ -୨କୁ ବିରୋଧ କରି ଡ୍ରାଇଭର ସଂଘ ପକ୍ଷରୁ ଷ୍ଟଅରିଙ୍ଗ ଛାଡ଼ ଆନ୍ଦୋଳନ ଜାରି ରହିଛି। ଓଡିଶାରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି । ଆଜିଠୁ ରାଜ୍ୟରେ ଆନ୍ଦୋଳନ ଆହୁରି ବ୍ୟାପକ ହେବାକୁ ଯାଉଛି । ଫଳରେ ଯାନବାହାନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏହି ଆଇନ ପ୍ରତ୍ୟାହାର ନ ହେବା ପର‌୍ୟ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ଘୋଷଣା କରାଯାଇଛି ।

ବସ୍‌, ଟ୍ରକ ଓ ଅନ୍ୟ ପରିବହନ ସେବାରେ ନିୟୋଜିତ ରାଜ୍ୟର ୨ ଲକ୍ଷରୁ ଅଧିକ ଡ୍ରାଇଭର ଷ୍ଟିଅରିଂ ଛାଡି ଆନ୍ଦୋଳନରେ ସାମିଲ ହେବେ । ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନକୁ ନେଇ ଓଡ଼ିଶା ମୋଟର ଚାଳକ ସଂଘର ସଭାପତି ବିରଞ୍ଚି ନାରାୟଣ କର କହିଛନ୍ତି, ଭାରତ ସରକାରଙ୍କ ଆଇପିସି ୧୬୦ କ୍ଲଜ -୨କୁ ବିରୋଧ କରି ଡ୍ରାଇଭର ସଂଘ ପକ୍ଷରୁ ଷ୍ଟଅରିଙ୍ଗ ଛାଡ଼ ଆନ୍ଦୋଳନ ଜାରି ରହିଛି। ବିଗତ ୨୦୨୩ ଶେଷ ମୁହୂର୍ତ୍ତରେ ଭାରତ ସରକାରଙ୍କ ଗୃହ ବିଭାଗ ମନ୍ତ୍ରୀ ଅମିତ ଶାହା ଏକ ନୂତନ ନିୟମ ଡ୍ରାଇଭରମାନଙ୍କ ପାଇଁ ଏକ ନୂତନ ନିୟମ ପ୍ରଚଳନ କରିଥିବା ଆମେ ଶୁଣିବାକୁ ପାଇଲୁ ଯେ କେହି ଦୁର୍ଘଟଣା କରାଇଲେ ୭ ଲକ୍ଷ ଟଙ୍କା ଦେବା ସହ ୧୦ ବର୍ଷ ଜେଲ ଯିବେ। ଏହାକୁ ଆମେ ସମ୍ପୂର୍ଣ୍ଣ ରୂପେ ବିରୋଧ କରୁଛୁ। ଏହି ଆଇନକୁ ସ୍ଥଗିତ ରଖାଯାଇଛି ଆମେ ଚାହୁଁ ଏହାକୁ ପ୍ରତ୍ୟାହାର କରାଯାଉ। କେହି କେବେ ଜାଣିଶୁଣି ଦୁର୍ଘଟଣା ଘଟାଏ ନାହିଁ, ଏହା ଜରୁରୀକାଳୀନ ସ୍ଥିତି ଅଥବା ଦୈବ ଦୁର୍ବିପାକ ଦ୍ଵାରା ହୋଇଥାଏ ବୋଲି ସେ କହିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ବିଜେପି କେନ୍ଦ୍ରରେ ଆସିବା ଦିନଠୁ ଡ୍ରାଇଭର ମାରଣ ନୀତି ପ୍ରଚଳନ କରୁଛନ୍ତି। ବର୍ତ୍ତମାନ ୭୫ ପ୍ରତିଶତ ଗାଡ଼ି ବନ୍ଦ ହୋଇ ସାରିଲାଣି, ଆଗକୁ ସମସ୍ତ ଗାଡ଼ି ବନ୍ଦ ହେବ। ଏହି ଆଇନ ପ୍ରତ୍ୟାହାର ନ ହେବା ପର‌୍ୟ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର‌୍ୟ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ। ଏଥିପାଇଁ ଜନସାଧାରଣ ନା ନା ସମସ୍ୟା ଭୋଗିବେ। ଏଥିପାଇଁ ଆମେ ସର୍ବସାଧାରଣଙ୍କ ସମ୍ମୁଖରେ କ୍ଷମା ପ୍ରାର୍ଥନା କରୁଛୁ ବୋଲି ଓଡ଼ିଶା ମୋଟର ଚାଳକ ସଂଘର ସଭାପତି କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ