Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ଆଦର୍ଶ ବିଦ୍ୟାଳୟର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡରମା ପଞ୍ଚାୟତ ଚିନିମହୁଲ ସ୍ଥିତ ଆଦର୍ଶ ବିଦ୍ୟାଳୟରେ ଦ୍ୱିତୀୟ ବାର୍ଷିକ ଉତ୍ସବ ଆଜି ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍କୁଲର ଅଧକ୍ଷ ଅଜିତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରକୃତି ବନ୍ଧୁ ତଥା ଅବସରପ୍ରାପ୍ତ ଅଧକ୍ଷ ସୁବାସ ଚନ୍ଦ୍ର ନାଏକ ମୁଖ୍ୟଅତିଥି, ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ମୁଖ୍ୟବକ୍ତା ଏବଂ ଜମନକିରା ଏବିଇଓ ସୁଶ୍ରୀ ଦେବକୀ ନାଏକ, ଅବସର ପ୍ରାପ୍ତ ଶିକ୍ଷକ ଗଙ୍ଗାଧର ନାଏକ, ବଡରମା ସରପଞ୍ଚ ବିଜୟ କୁମାର ନାୟକ ଓ ରେଢ଼ାଖୋଲ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରତାପ କୁମାର ସ୍ବାଇଁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ସଭା କାର୍ଯ୍ୟକ୍ରମ କୁ ସହକାରୀ ଶିକ୍ଷକ ସତ୍ୟମ୍ କୁମାର ଷଡଙ୍ଗୀ ପରିଚାଳନା କରିଥିଲେ। ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତିତ୍ଵ ହାସଲ କରିଥିବା ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ। ଏଥିସହ ଅତିଥିଗଣ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଶିକ୍ଷକ ବୃତ୍ତି ଏକ ମହାନ୍ ବୃତ୍ତି। ଏହି ବୃତ୍ତିରେ ପଶିବା ଦିନ ହିଁ ସେହି ଶିକ୍ଷକ ପ୍ରକୃତ ଶିକ୍ଷା ଗ୍ରହଣ ଆରମ୍ଭ କରିଥାଏ। ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରତ୍ୟେକ ବ୍ଲକରେ ସ୍ଥାପିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ସମାଜ ଅଧ୍ୟୟନ ଅବ୍ୟାହତ ରଖି ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ଭାବରେ ଗଢି ତୋଳିବା, ଛାତ୍ରୀଛାତ୍ରଙ୍କୁ ମାନସିକ ସୁସ୍ଥତା ପାଇଁ ପାଠ ସହ ଅନ୍ୟାନ୍ୟ ପ୍ରତିଭା, ସ୍କୁଲର କ୍ରୀଡା ପ୍ରତିଯୋଗିତା, ବୃକ୍ଷ ରୋପଣ ଏବଂ ନିଜ ଭିତରେ ଲୁକାୟୀତ ଥିବା ପ୍ରତିଭା କୁ ଲୋକଲୋଚନକୁ ଆଣିବା ପାଇଁ ପ୍ରତ୍ୟେକ ଛାତ୍ର ଛାତ୍ରୀ ଯେପରି ସମସ୍ତ ପ୍ରକାର ପ୍ରତିଯୋଗିତା ରେ ଭାଗ ନେବେ ସେଥିପ୍ରତି ଯତ୍ନଶୀଳ ହେବା, ପ୍ରତ୍ୟେକ ପରିବାର ରେ ନିଶା ନିବାରଣ ଦିଗରେ ପଦକ୍ଷେପ ନେବା ବୋଲି ଅତିଥି ମାନେ ଛାତ୍ରଛାତ୍ରୀ ଓ ଅବିଭାବକ ମାନଙ୍କୁ ବକ୍ତବ୍ୟ ମାଧ୍ୟମରେ ବୁଝାଇଥିଲେ। ଶେଷରେ ନିର୍ମଳ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅପରାହ୍ନରେ ନୃତ୍ୟ ନାଟିକା, ଗୀତ, ନୃତ୍ୟ ଆଦି ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଛାତ୍ରୀଛାତ୍ରଙ୍କ ଦ୍ଵାରା ପରିବେଷଣ ହୋଇଥିଲା। ଏଥିରେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ