Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଲତା ସମାଜର ୨୬ତମ ବାର୍ଷିକ ବନ୍ଧୁମିଳନ

ସମ୍ବଲପୁର: କୁଲତା ସମାଜ ସମ୍ବଲପୁରର ୨୬ତମ ବାର୍ଷିକ ବନ୍ଧୁ ମିଳନ ଆଜି ସ୍ଥାନୀୟ ରାମଚଣ୍ଡୀ ସେବାସଦନ ଦାନୀପାଲି ଠାରେ ଅନୁଷ୍ଠିତ ହୋଇଥିଲା I କୁଲତା ସମାଜ ସମ୍ବଲପୁର ର ସଭାପତି ଶ୍ରୀମତୀ ଯଶୋବନ୍ତି ନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସମ୍ବଲପୁର ଅବସପ୍ରାପ୍ତ ସେଲ ଟେକ୍ସ କମିଶନର ତେଜରାଜ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ l ଜ଼ିଲ୍ଲା କ୍ରୀଡା ସଂଘ ର ସାଧାରଣ ସମ୍ପାଦକ ସୁନିଲ ସାହୁ, ଓବିସି ମଞ୍ଚ ରାଜ୍ୟ ସଭାପତି ଶଙ୍କର କୁମାର ପାତ୍ର, କଳାମାଟି ସରପଞ୍ଚ ଡ଼.ସୁଷମା ସାହୁ, ପୂର୍ବତନ କାଉନସିଲର ସୂର୍ଯ୍ୟ କୁମାର ପ୍ରଧାନ ପ୍ରମୁଖ ସମ୍ବାନିତ ଅତିଥି ଭାବେ ଯୋଗଦାନ କରିଥିଲେ I ସଫଳ ବ୍ୟବସାୟୀ ଚିନ୍ମୟ ଭୋଇ ଏବଂ ଆଦର୍ଶ ଚାଷୀ ଲଳିତ ପ୍ରଧାନ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ବିଷ ମୁକ୍ତ ଖାଦ୍ୟ ଓ ନିରୋଗ ଶରୀର କୁ ଅଗ୍ରାଧିକାର ଦେଇ ସରକାରୀ ଚାକିରୀ ରୁ ଅବସର ପରେ ନିସ୍ଵାର୍ଥପର କାର୍ଯ୍ୟ ଜାରୀ ରଖିଥିବା କର୍ଣ୍ଣେଲ ନରେଶ ଚନ୍ଦ୍ର ଗୁପ୍ତା ଙ୍କୁ ଉପ ଢୌକନ ଓ ମାନପତ୍ର ପ୍ରଦାନ ପୁର୍ବକ ଚଳିତ ବର୍ଷର ଚିତ୍ରାହରି ସମ୍ମାନ -୨୦୨୪ ପ୍ରଦାନ କରାଯାଇଥିଲା I ପ୍ରଦୀପ ସାହୁ ଙ୍କ ସଂଯୋଜନାରେ ସମାଜର ଛାତ୍ର ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଛାତ୍ର ଛାତ୍ରୀ ମାନଙ୍କ ବୌଦ୍ଧିକ ଶିକ୍ଷାର ବିକାଶ ନିମନ୍ତେ ସାଧାରଣ ଜ୍ଞାନ ଓ ତର୍କ ପ୍ରତିଯୋଗିତା, ଚିତ୍ରାଙ୍କନ ପ୍ରତିଯୋଗୀତା ମହିଳା ଏବଂ ଛାତ୍ର ମାନଙ୍କ ମଧ୍ୟରେ ମ୍ୟୁଜିକ ଚ୍ୟlର ଆଦି ପ୍ରତିଯୋଗୀତା ମଧ୍ୟ ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା I ଦଶମ ଶ୍ରେଣୀରେ ୮୦ ପ୍ରତିଶତ ରୁ ଉର୍ଦ୍ଧ ମାର୍କ ରଖି ଥିବା ସମାଜର ୯୬ ଜଣ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା l ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ସରୋଜ ସାହୁ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମରେ ସମ୍ବଲପୁର ମହାନଗର ନିଗମ ଅଂଚଳରେ ବସବାସ କରୁଥିବା ପ୍ରାୟ ୩ ଶହ ରୁ ଉର୍ଦ୍ଧ ପରିବାରର ୩ ହଜାର ରୁ ଉର୍ଦ୍ଧ ଜାତି ଭାଇଙ୍କ ସମାଗମ ହୋଇଥିଲା I ସମାଜର ସାଧାରଣ ସମ୍ପାଦକ ଦେଵତ୍ତମ ପ୍ରଧାନ ସମ୍ପାଦକୀୟ ବିବରଣୀ ପଠନ ଓ କୋଷାଧକ୍ଷ ଅଭିରାମ ଖମାରି ଆର୍ଥିକ ବିବରଣୀ ଉପସ୍ଥାପନ କରିଥିଲେ l ଏହି ଅବସରରେ ସକାଳ ୯ ଘଣ୍ଟାରୁ ଯଥା ରୀତି ନୀତି ପୂଜା ପାଠ ଆରମ୍ଭ ହୋଇଥିଲା l ପୂଜକ ବାସୁଦେବ ଭୋଇ, ଦେବୀପ୍ରସାଦ ଭୋଇ, ନିର୍ମଳ ପ୍ରଧାନ, ସୁଦାମ ପ୍ରଧାନ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ଙ୍କ ପୂଜା ପାଠ କରିଥିଲେ I ବରିଷ୍ଠ ସଦସ୍ୟ ହାରାଧନ ପ୍ରଧାନ, ଜଟା ଭୂଷଣ ସାହୁ,ମୁରଲୀ ପ୍ରଧାନ, ବାସନ୍ତୀ ବିଶ୍ୱାଳ, ସୁପ୍ରଭା ପ୍ରଧାନ, ହୃଷିକେଶ ବଢ଼େଇ,ନାରଦ ପାତ୍ର, ଛେଲିଆ ପ୍ରଧାନ,ଦୟାନିଧି ବିଶ୍ୱାଳ, ଦେବଦତ୍ତ ସାହୁ, କ୍ଷୀରୋଦ ପ୍ରଧାନ, ରଞ୍ଜନ ପାତ୍ର, ଅକ୍ଷୟ ପ୍ରଧାନ, ପ୍ରେମାନନ୍ଦ ସାହୁ, ରବି ନାରାୟଣ ପ୍ରଧାନ, ରଂଜିତ ପ୍ରଧାନ, ଭବାନୀ ଶଙ୍କର ପ୍ରଧାନ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ l ସଭା ପ୍ରାରମ୍ଭରେ କଂIଶୀରାମ ପ୍ରଧାନ ଏବଂ କପିଳେନ୍ଦ୍ର ସାହୁ ଙ୍କ ସଂଯୋଜନାରେ ଅନନ୍ୟା ସା, ଧରିତ୍ରୀ ସାହୁ, ମୌସୁମୀ ପ୍ରଧାନ, ରିତୁ ପ୍ରଧାନ ଏବଂ ସାଥି ଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା I