Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିଜିଲାନ୍ସ ଜାଲରେ ଲାଂଚୁଆ ଆରଟିଓ, ୭ଟି ସ୍ଥାନରେ ଚଢାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ମଟର ଯାନ ନିରକ୍ଷକ (ଏମଭିଆଇ)। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ନୟାଗଡ଼ର ଏମଭିଆଇ. ପଞ୍ଚାନନ ବେହେରାଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପଞ୍ଚାନନଙ୍କ ପୈତୃକ ଘର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଏହି ରେଡରେ ୩ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର ଓ ୧୭ ଜଣ ଏଏସଆଇ ରହିଛନ୍ତି ।

ସୂଚନା ଅନୁଯାୟୀ, ପଞ୍ଚାନନଙ୍କ ନିଶ୍ଚିତକୋଇଲି ପୈତୃକ ଗାଁ, ନୟାଗଡ଼ ସ୍ଥିତ କାର‌୍ୟ୍ୟାଳୟ, ଭଡ଼ା ଘର ସମେତ ଭୁବନେଶ୍ୱର ଶୈଳଶ୍ରୀବିହାର ସ୍ଥିତ କୋଠା ଆଦି ସ୍ଥାନରେ ଚଢ଼ାଉ କରାଯାଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲା ଗୋବିନ୍ଦପୁର ଓ ଭୁବନେଶ୍ୱର ପାଣ୍ଡରାରେ ଥିବା ସଂପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍। ପଞ୍ଚାନନ ଆୟ ବହିର୍ଭୂତ ସମ୍ପତି ଠୁଳ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ବିଭାଗ ଘଟଣାର ତଦନ୍ତ କରି ଆଜି ସକାଳେ ପଞ୍ଚାନନଙ୍କ ଘରେ ଚଢ଼ାଉ କରିଥିଲା। ଚଢାଉ ସରିବା ଏବଂ ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ